ଏହି ଭାରତୀୟ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକଙ୍କ ଆମେରିକାରେ ପରଲୋକ

ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜଙ୍କ ପରଲୋକ ଘଟିଛି । ଯଦିଓ ସେ ଭାରତୀୟ ହେଲେ ଆମେରିକାରେ ସେ ରହୁଥିଲେ ଓ ସେଠାରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କଲେ ସେ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା ।

ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକମାନଙ୍କ ମଧ୍ୟରୁ ଯଶରାଜ ଥିଲେ ଅନ୍ୟତମ । ସେ ମେବାତି ବଂଶର ଦାୟାଦ । ମାତ୍ର ୪ ବର୍ଷ ବୟସରେ ସେ ତାଙ୍କର ପିତାଙ୍କୁ ହରାଇ ଥିଲେ । ତାଙ୍କ ପିତା ପଣ୍ଡିତ ମୋତିରାମଙ୍କ ପରଲୋକ ହୋଇଯାଇଥିଲା ଯେତେବେଳେ ସେ ଖୁବ୍ ଅଳ୍ପ ବୟସର ଥିଲେ । ତେଣୁ ତାଙ୍କ ଶୈଶବ ଓ ଲାଳନପାଳନ ବଡ଼ ଭାଇ ପଣ୍ଡିତ ମଣିରାମଙ୍କ ତତ୍ତ୍ଵାବଧାନରେ ହୋଇଥିଲା ।

ସେ କେବଳ ଭାରତରେ ନୁହେଁ ବରଂ ବିଦେଶରେ ଯଥା କାନାଡ଼ା ଏବଂ ଆମେରିକାରେ ମଧ୍ୟ ସଙ୍ଗୀତ ଶିଖାଇଛନ୍ତି । ସୂଚନା ଥାଉ ଯେ ଯଶରାଜଙ୍କ କେତେକ ଶିଷ୍ୟ ପ୍ରସିଦ୍ଧ ସଙ୍ଗୀତକାର ହୋଇ ସୁନାମ ଅର୍ଜନ କରିବାରେ ସଫଳ ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *