୫ ବର୍ଷ ତଳେ ମହାନଦୀରେ ଭାସୁଥିଲା : ନଦୀରୁ ଛାଣି ଆଣି ସେବା ଓ ଯତ୍ନ ସହିତ ଝିଅ କରି ରଖିଥିଲେ ଦମ୍ପତ୍ତି, ଆଉ ଆଜି …

ଛତିଶଗଡ଼ ସାରଙ୍ଗଗଡ଼ ଜେବ୍ରାର ଦ୍ରୋପଦୀ ଯାଦବ (ସୋନି) ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ଚନ୍ଦ୍ରାସିନି ଦର୍ଶନ ପାଇଁ ଆସିଥିବା ବେଳେ ମହାନଦୀରେ ଖସି ପଡ଼ିଥିଲେ । ଦୀର୍ଘ ୧୨ ଘଣ୍ଟା ମହାନଦୀର ପାଣିରେ ପ୍ରାୟ ୮୦ କିଲୋମିଟର ଭାସି ଭାସି କେଲୋର ସଙ୍ଗମ ସ୍ଥଳ କୂଳରେ ଲାଖିଥିଲେ ସୋନୀ । ସୋନୀକୁ ଦେଖି କୁସମେଲ ଗାଁର ମତ୍ସଜୀବି ସନ୍ୟାସୀ କାଲୋକୁ ଲାଗିଥିଲା ଯେମିତି ତାଙ୍କୁ ଏକ କନ୍ୟାରତ୍ନ ମିଳିଗଲା ।

ସୋନିକୁ ଉଦ୍ଧାର କରିବା ସହିତ ତାର ଚିକିତ୍ସା ଓ ସେବା କରିଥିଲେ ଉଭୟ ସନ୍ୟାସୀ ଏବଂ ତାଙ୍କ ପତ୍ନୀ । ଅତି ଯତ୍ନର ସହିତ ନିଜ ଝିଅ କରି ରଖିଲେ ତାକୁ ପାଖରେ । ସେତେବେଳେ ସୋନି ମାତ୍ର ୧୬ ବର୍ଷ ବୟସର ଥିଲା । ଆଉ ଆଜି ଯେତେବେଳେ ଝିଅକୁ ୨୧ ବର୍ଷ ହେଲା ନିଜ ଝିଅ ଭଳି ଯାନିଯୌତୁକ ଦେଇ ବିଭା ଦେଲେ ଉଭୟ ଦମ୍ପତ୍ତି ସୋନିକୁ । କେବଳ ସନ୍ନ୍ୟାସୀଙ୍କ ଘର ନୁହେଁ ବରଂ ପୁରା କୁଶମେଲ ଗାଁ ଉତ୍ସବ ମୁଖର ହୋଇଉଠିଛି ।

ଫଟୋ ସୌଜନ୍ୟ : knews

ସୂଚନାଥାଉ ଯେ ଏହି ଦମ୍ପତି ଦୁହେଁ ସୋନିଙ୍କୁ କେବଳ ଝିଅ ଭଳି ପାଖରେ ରଖି ନଥିଲେ ବରଂ ତାକୁ ବାପାମା’ର ପରିଚୟ ଦେଇଛନ୍ତି । ଏହାସହିତ ତାକୁ ପାଠ ପଢ଼ାଇ, ସିଲେଇ ଶିକ୍ଷା ଦେଇ ତାକୁ ସ୍ଵାବଲମ୍ବୀ କରେଇଛନ୍ତି । ଆଉ ଆଜି ଛତିଶଗଡ଼ ଯୋଧପୁରର ପୁରୁଷୋତ୍ତମ ଯାଦବଙ୍କୁ ସୋନିଙ୍କୁ ବିବାହ କରାଇଛନ୍ତି । ତେବେ ଏହି ବିବାହର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଏବଂ ତାଙ୍କ ଧର୍ମ ପତ୍ନୀ ଅଳକା ମହାନ୍ତି । କନ୍ୟାଦାନ କରିବା ସହିତ ବିଧାୟକ ଦମ୍ପତ୍ତି ସୋନିକୁ ସୁନା, ରୂପା ଗହଣା, ବାସନକୁସନ, ସ୍କୁଟି ଆଦି ଉପହାର ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *