ପୁଣିଥରେ ପୁନେ ଟିମ IPL ରେ ନଜର ଆସିବ ! ୯ ନମ୍ବର ଟିମକୁ କିଣିବାକୁ ଇଛୁକ ଅଛନ୍ତି ଯିଏ ଧୋନୀଙ୍କୁ ଅଧିନାୟକରୁ ବାହାର କରିଥିଲେ

IPL- 2020 ଶେଷ ହେବାକୁ ଗୋଟାଏ ସପ୍ତାହ ବି ହୋଇନାହିଁ କିନ୍ତୁ BBCI ଟୁର୍ନାମେଣ୍ଟର ପରବର୍ତ୍ତୀ ସିଜନକୁ ନେଇ ବିଚାର କଲାଣି । ଖବର ଅନୁଯାୟୀ, ଭାରତୀୟ କ୍ରିକେଟ୍ ବୋର୍ଡ ଆସନ୍ତା ସିଜିନ ପୂର୍ବରୁ ଟୁର୍ନାମେଣ୍ଟରେ ନୂଆ ଦଳଗୁଡ଼ିକୁ ଯୋଡ଼ି IPL ବିସ୍ତାର କରିବାକୁ ଯୋଜନା କରୁଛି ।

ଅନେକ ଦିନରୁ BBCI, IPL ରେ ନୂଆ ଦଳ ଯୋଡ଼ିବାକୁ ଯୋଜନା କରିଛି । ଏଭଳି ପରିସ୍ଥିତିରେ ହୁଏତ ଆଗାମୀ ଦିନରେ ନୂଆ ଦଳ ପାଇଁ ଟେଣ୍ଡର ଆସିପାରେ । ଯଦି ଏହି ଖବରକୁ ବିଶ୍ଵାସ କରାଯାଏ, ତେବେ BBCI ହୋଇଥିବା କ୍ଷତିପୂରଣ ପାଇଁ ନୂଆ ଦଳଗୁଡ଼ିକୁ ଇଣ୍ଟରଭିୟୁ କରିବାକୁ ଚାହୁଁଛି, ତାହା ଏହି ଦୀପାବଳି ପରବର୍ତ୍ତୀ ସମୟରେ ହୋଇପାରେ ବୋଲି ଅନୁମାନ କରିହେବ ।

କିନ୍ତୁ BBCI ଏହି ସମଗ୍ର ପ୍ରସଙ୍ଗରେ ନୀରବ ରହିଛି । ଏକ ରିପୋର୍ଟ ଅନୁଯାୟୀ ଫ୍ରାଞ୍ଚାଇଜକୁ କୁହାଯାଇଛି ଯେ ଖୁବ ଶୀଘ୍ର ନୂଆ ଦଳ ଏହି ଟୁର୍ନାମେଣ୍ଟରେ ଯୋଗ ଦେବେ । ତେବେ ନୂଆ ଦଳ ମେଗା ନିଲାମକୁ ବାଧ୍ୟତାମୂଳକ କରିବ କାରଣ ଫ୍ରାଞ୍ଚାଇଜ୍ ଏଥିରେ ବେଶି ଖୁସି ନୁହେଁ । ଏପରି ପରିସ୍ଥିତିରେ, ଫ୍ରାଞ୍ଚାଇଜ୍ ନିଲାମ ପାଇଁ ଯୋଜନା କରିବାକୁ ପର୍ଯ୍ୟାପ୍ତ ସମୟ ପାଇବ ନାହିଁ କାରଣ IPL-2021 ସାଧାରଣ ସ୍ଲଟରେ ଖେଳାଯିବ ।

ସୂଚନା ମୁତାବକ ଆଦାନୀ ଗ୍ରୁପ୍ ଏବଂ ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ଆଗ୍ରହୀ ଦଳ ଏବଂ ନବମ ଦଳ ପାଇଁ ଟେଣ୍ଡର କରିପାରନ୍ତି । ଏହି ଦୁଇଟି ବଡ଼ ଗୋଷ୍ଠୀଙ୍କ ବ୍ୟତୀତ ଅନ୍ୟ କେତେଜଣ ମଧ୍ୟ ଏ କ୍ଷେତ୍ରକୁ ଓହ୍ଲାଇ ପାରନ୍ତି । ତେବେ ସଞ୍ଜୀବ ଗୋଏଙ୍କା ଗ୍ରୁପ୍ IPL ଦଳ ପାଇଁ ନୂଆ ନୁହେଁ । ଏହାପୂର୍ବରୁ ସେ IPL-2016 ଏବଂ 2017 ପାଇଁ ରାଇଜିଂ ପୁନେ ସୁପରଜିଆଣ୍ଟ (RPS) ଦଳରେ ବିନିଯୋଗ କରିଥିଲେ ।

ସୂଚନାଥାଉ ଯେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରାଯିବା ପରେ ଗୁଜୁରାଟ ଲାୟନ୍ସ ସହିତ ରାଇଜିଂ ପୁନେ ସୁପରଜିଆଣ୍ଟ ଦଳ IPL ରେ ପରିଚିତ ହୋଇଥିଲା । ଏମଏସ ଧୋନି 2016 ରେ RPSର ନେତୃତ୍ୱ ନେଇଥିବାବେଳେ ସ୍ମିଥ 2017 ରେ ଦଳର ନେତୃତ୍ୱ ନେଇ ଫାଇନାଲରେ ପ୍ରବେଶ କରିଥିଲେ ।

Leave a Reply

Your email address will not be published. Required fields are marked *