ସଂସ୍କାର :- ଆପଣ କେବେ ଦଉଡ଼ି ଡେଇଁବା ଖେଳ ଖେଳିଛନ୍ତି କି ? ଏହି ଖେଳ ଖେଳିବା ଦ୍ୱାରା ଆପଣମାନଙ୍କୁ କଣ କଣ ସବୁ ଫାଇଦା ହେବ ଜାଣିଛନ୍ତି କି ? ତେବେ ଚାଲନ୍ତୁ ଆଜି ଆମେ ଆପଣମାଙ୍କୁ କହିବୁ ଏହି ଖେଳ ଖେଳିବା ଦ୍ୱାରା ଆପଣଙ୍କ ଶରୀରରେ କେଉଁ କେଉଁ ଜିନିଷର ବିକାଶ ହେବ । ଏହା ସହିତ କହିବୁ ଏହି ଖେଳ ଖେଳିବା ଦ୍ୱାରା ଆପଣଙ୍କର ଫାଇଦା କଣ କଣ ହେବ।
ଜମ୍ପିଂ ଦଉଡି ବା ଦଉଡ଼ି ଡେଇଁବା ହେଉଛି ଅତ୍ୟଧିକ ଅଣ୍ଡରଟେଡ୍ ବ୍ୟାୟାମ ମଧ୍ୟରୁ ଗୋଟିଏ । ଏବଂ ଏହା ଅନ୍ୟ କାର୍ଡିଓ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇପାରେ | ଏହି ଖେଳ ବା ବ୍ୟାୟାମ ଗୋଟିଏ ମନୁଷ୍ୟର ଶାରୀରିକ ଓ ମାନସିକ ସ୍ତରକୁ ଉତ୍ତମ ରଖିବାରେ ସାହାର୍ଯ୍ୟ କରିଥାଏ। ଏହି ଖେଳ ଶରୀରରେ ଶକ୍ତି ବଢ଼ାଇବା ସହିତ ଆପଣଙ୍କୁ ଫୁର୍ତ୍ତି ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଅନ୍ୟପଟେ ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଏହି ଖେଳ ଆପଣଙ୍କ ପାଇଁ ଲାଭ ଦୟାକ ହେବ। ଏହି ଖେଳ ବା ବ୍ୟାୟାମ ଯଦି ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ କରିବେ ତେବେ ଆପଣଙ୍କ ଶରୀରର ଚର୍ବି କମ ହୋଇଯିବ। ମାତ୍ର ଶରୀରର ଚର୍ବି କମ ହେବା ପାଇଁ ୨ ରୁ ୩ ମାସ ଲାଗିବ।
ଆମେରିକୀୟ ଆସୋସିଏସନ୍ ଫର୍ ହେଲଥ୍, ଫିଜିକାଲ୍ ଏଜୁକେସନ୍ ଆଣ୍ଡ ରିକ୍ରିଏସନ୍ ଏକ ତଥ୍ୟରେ କହିଛନ୍ତି ଯେ, ଯେଉଁ ପୁରୁଷ କିମ୍ବା ମହିଳାମାନେ ୧୦ ମିନିଟ୍ ଦଉଡି ଡେଇଁବା ଖେଳ ଏକ ନିର୍ଦ୍ଦିଷ୍ଟ ସମୟରେ ଛଅ ସପ୍ତାହ କରିବେ , ତେବେ ସେମାନଙ୍କଠାରେ ହୃଦ୍ରୋଗ କେବେ ମଧ୍ୟ ଦେଖାଦେବ ନାହିଁ। ୧୦ ମିନିଟ ଲେଖାଏଁ ଦଉଡ଼ି ଡେଇଁବେ ଯଦି ମାତ୍ର ୩୦ ଦିନ ଭିତରେ ଆପଣଙ୍କ ଓଜନ ବହୁତ ମାତ୍ରାରେ ହ୍ରାସ ପାଇବ।
ଅନ୍ୟପଟେ ଆଉ ଏକ ଅଧ୍ୟାୟନରୁ ଜଣାପଡିଛି ଯେ, ଯଦି ୨୫ ବର୍ଷରୁ କମ ବ୍ୟକ୍ତିବିଶେଷ ମାନେ ପ୍ରତିଦିନ ଦଉଡ଼ି ଡେଇଁବା ବ୍ୟାୟାମ କରିବେ ତେବେ ସେମାନଙ୍କର ଉଚ୍ଚତା ବୃଦ୍ଧି ପାଇବ। ଏହି ଖେଳ ଆପଣଙ୍କ ଚିନ୍ତାକୁ ମଧ୍ୟ କମ କରିଥାଏ ଓ ଏହା ସହିତ ଆପଣଙ୍କ ଚେହେରାରେ ପ୍ରାକୃତିକ ଚମକ ଆଣିଥାଏ।ଏହା ଶରୀରକୁ ସୁସ୍ଥ କରିଥାଏ।ଏହା ଶରୀରରେ ଥିବା ହାଡ ମାନଙ୍କୁ ମଜବୁତ କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥାଏ। ଏହି ଖେଳ ଦ୍ୱାରା ଆପଣ ସର୍ବଦା ସୁସ୍ଥ ରହିଥାନ୍ତି।