ଆଇସିସି ବିଶ୍ୱ ଚାମ୍ପିଅନସିପ୍ ର ଅନ୍ତିମ ମ୍ୟାଚ୍ ପାଇଁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ମହାନ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର କହିଛନ୍ତି ଯେ କିୱି ଦଳ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନିଜର ଦକ୍ଷତାକୁ ସମ୍ପୂର୍ଣ୍ଣ ପ୍ରମାଣିତ କରିଛି ଏବଂ ଏହି କାରଣରୁ, ଆମର ଚୟନକର୍ତ୍ତାଙ୍କ ପାଇଁ ଭାରତ ବିପକ୍ଷ ସର୍ବୋତ୍ତମ ଦଳ ବାଛିବା ପାଇଁ ପର୍ଯ୍ୟାପ୍ତ ବିକଳ୍ପ ମଧ୍ୟ ରହିବ।
ଏଥି ସହିତ, ରସ୍ ଟେଲର ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ମଧ୍ୟ ଏକ ଅସୁବିଧା ହେବ ଯେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ କେଉଁ ଖେଳାଳି ଙ୍କୁ ଏକାଦଶ ଖେଳିବାରେ ସୁଯୋଗ ଦେବା ଉଚିତ୍। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ସେମାନଙ୍କ ଦଳରେ ଅନେକ ପରିବର୍ତ୍ତନ କରିଥିଲା। ଭାରତ ବିପକ୍ଷ ଅନ୍ତିମ ମ୍ୟାଚ୍ ପାଇଁ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଦଳର ଅଧିନାୟକ କେନ୍ ୱିଲିୟମସନଙ୍କ ସମେତ କିଛି ଖେଳାଳି ଆହତ କାରଣରୁ ଏହି ମ୍ୟାଚରେ ଖେଳିପାରିନଥିଲେ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଦଳରେ ଅନ୍ତର୍ଭୁକ୍ତ ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ରସ୍ ଟେଲର କହିଛନ୍ତି।
ଏହା ବିଶ୍ୱକପ୍ (ଡବ୍ଲୁଟିସି) ଫାଇନାଲ୍ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ରହିଛି ଯାହା ଫାରେ ଚୟନକର୍ତ୍ତାଙ୍କ ଉପରେ ଏହା ନିର୍ଭର କରିବା ଯେ କେଉଁ ଖେଳାଳି ଙ୍କୁ ସୁଯୋଗ ଦେବେ । ଚୟନକର୍ତ୍ତାମାନେ ପେସ୍ ବୋଲର ଟିମ୍ ସାଉଥୀ ଏବଂ କାଇଲ୍ ଜାମିସନ୍ଙ୍କୁ ବିଶ୍ରାମ ଦେଇଥିବାବେଳେ କ୍ୟାପଟେନ କେନ୍ ୱିଲିୟମସନଙ୍କ କାନ୍ଧରେ ଆଘାତ ଲାଗିଥିଲା। ଦଳରେ ତାଙ୍କ ପରିବର୍ତେ ସ୍ଥାନ ପାଇଥିବା ୱିଲ୍ ୟଙ୍ଗ୍, ମ୍ୟାଟ୍ ହେନେରୀ ଏବଂ ଏଜାଜ୍ ପଟେଲ ଭଲ ପ୍ରଦର୍ଶନ କରିଥିଲେ।
ଏହା ବ୍ୟତୀତ ଏହି ମ୍ୟାଚରେ ଫେରିଥିବା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ଆପଣ ଜାଣିଥିବେ ଯେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ବହୁତ ଭଲ ପଦର୍ଶନ କରିଥିଲା ଏବଂ ସିରିଜ ବିଜୟ ମଧ୍ୟ ହୋଇଥିଲା । ଏହା ପରେ କିୱି ଦଳ ଜୁନ୍ 18 ରୁ ସାଉଥମ୍ପଟନରେ ଭାରତ ବିପକ୍ଷ ଟେଷ୍ଟ ଚାମ୍ପିଅନସିପ୍ ର ଅନ୍ତିମ ମ୍ୟାଚ୍ ଖେଳିବ, ଯାହା ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିପାରେ କାରଣ ଦୁଇ ଦଳ ଭଲ ଫର୍ମ ରେ ଅଛନ୍ତି ।