ଭୁବନେଶ୍ୱର : ସିଏମ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ ଇନିସିଏଟିଭ୍ (5T) ସଚିବ ଭି.କେ ପାଣ୍ଡିଆନ୍ ବୁଧବାର ଦିନ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ କାଲାହାଣ୍ଡି ପରିଦର୍ଶନ କରିଛନ୍ତି । ଜିଲ୍ଲାରେ କରୋନାଭାଇରସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ ଅବସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରସ୍ତାବିତ କୋଭିଡ଼ ସୁବିଧା ପରିଦର୍ଶନ କରିଛନ୍ତି ।

ପାଣ୍ଡିଆନ୍ ସବୁବେଳେ ରାଜ୍ୟ ମୁଖିଆଙ୍କ ନିର୍ଦ୍ଦେଶକୁ କାନ ଡେରି ଥାଆନ୍ତି । ସେଥିପାଇଁ ସେ କ୍ଷେତ୍ର ପରିଦର୍ଶନ କରିବା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରିତା ନିଶ୍ଚିନ୍ତ କରିବା ନେଇ ନିଜେ ତଦାରଖ କରନ୍ତି | ଏହି ମାସର ଆରମ୍ଭରେ ସେ ସେଠାରେ ଥିବା କୋଭିଡ଼-୧୯ ହସ୍ପିଟାଲ ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ରାପଡା, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ସପ୍ତାହ ଭିତରେ ପ୍ରତ୍ୟେକ ଜିଲ୍ଲାରେ ୬୦୦୦ର ଶଯ୍ୟା କ୍ଷମତା ବିଶିଷ୍ଟ ୩୬ ଗୋଟି ଡାକ୍ତରଖାନା ପ୍ରସ୍ତୁତ କରିବାକୁ ହେବ ।