ଯଦି କେହି ସୋସିଆଲ ମିଡ଼ିଆରେ ଏହା ଶେୟାର କରୁଥାନ୍ତି ତେବେ ସାବଧାନ : ବେଆଇନ୍ କାର୍ଯ୍ୟ କହି ଲଗାଇ ଦିଆଯାଇପାରେ ଦଫା, ପଢନ୍ତୁ ପୁରା ରିପୋର୍ଟ

ସୋସିଆଲ ମିଡ଼ିଆ ଦିନକୁ ଦିନ ଲୋକପ୍ରିୟ ହେବାର କାରଣ ଏହିକି ଯେ ଫଟୋ, ଲେଖା, ଡକୁମେଣ୍ଟ ସବୁକିଛି ସମସ୍ତଙ୍କ ସହିତ ଯେକୌଣସି ସ୍ଥାନରୁ ଥାଇ ଶେୟାର କରିହେବା । କିନ୍ତୁ ଆଜି ଅଚାନକ ଏକ ଖବର ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ପାଇଁ ଗୋଟେ ଆକଟ । ଆଜ୍ଞା ହଁ, ଇ-ପେପର କିମ୍ବା ଖବରକାଗଜର ପିଡ଼ିଏଫ୍ ଡାଉନ୍‌ଲୋଡ୍ କରି ଯଦି କେହି ସୋସିଆଲ ମିଡ଼ିଆରେ ଶେୟାର କରେ ତେବେ ତାହା ଅନୈତିକ ତଥା ବେଆଇନ୍ କାର୍ଯ୍ୟ ।

ବିଶେଷଜ୍ଞମାନଙ୍କ କହିବାନୁଯାୟୀ ପିଡ଼ିଏଫ୍ ଫର୍ମାଟ୍‌ରେ ଥିବା ଖବର ହୁଏ ତ ଶତ ପ୍ରତିଶତ ସତ ଖବର ହୋଇ ନଥାଇପାରେ । କାରଣ କମ୍ପ୍ୟୁଟର୍ ବ୍ୟବହାର କରି କୌଣସି ଖବରକୁ ବଦଳାଇବା କିଛି ଗୋଟେ ବଡ଼ କଥା ନୁହେଁ ଯଦ୍ୱାରା ନାନା ଆଇନଗତ ସମସ୍ୟା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି । ଇ-ପେପର କିମ୍ବା ଖବରକାଗଜର ପିଡ଼ିଏଫରେ ପ୍ରକାଶିତ ବିଷୟବସ୍ତୁ ସବୁ କପିରାଇଟ୍ ହୋଇଥିବାରୁ ଏହାକୁ ଅନ୍ୟତ୍ର ଶେୟାର୍ କରିବା ଅର୍ଥାତ୍ କପିରାଇଟ୍ ଆକ୍ଟର ଉଲ୍ଲଂଘନ ବୋଲି ଆଇନଜୀବୀମାନଙ୍କ ମତ ।

ଶିଳ୍ପ ବରିଷ୍ଠ ଆଇନଜୀବୀ ଚନ୍ଦର ଲାଲଙ୍କ କହିବାନୁଯାୟୀ ସୋସିଆଲ ମିଡ଼ିଆରେ ଇ-ପେପର କିମ୍ବା ଖବରକାଗଜର ପିଡ଼ିଏଫ୍ ଶେୟାର କରିବା ଆଇନର ସ୍ପଷ୍ଟ ଉଲ୍ଲଂଘନ । ତାଙ୍କ ମତାନୁସାରେ ହ୍ଵାଟ୍‌ସ୍‌ଆପ୍‌ରେ ମାସ ଫର୍‌ୱାର୍ଡ କରିବା ହେଉ କି ନିଜ ଟାଇମଲାଇନ ବା ପେଜରେ କ୍ଲିକ୍ ପାଇବାକୁ ତୃତୀୟ ପକ୍ଷର କଣ୍ଟେଣ୍ଟ୍ ଅପ୍‌ଲୋଡ୍ କରିବା ବ୍ୟକ୍ତିଗତ ବ୍ୟାପାର ନୁହେଁ, ଗୋଟିଏ ଅପରାଧ ।

Leave a Reply

Your email address will not be published. Required fields are marked *