ରାସ୍ତାର ଖାଲ ଯୋଗୁଁ ଗଲା ସଫ୍ଟୱେର ଇଞ୍ଜିନିୟରଙ୍କ ଜୀବନ , ଲୋକେ ଦାୟୀ କଲେ ପ୍ରଶାସନକୁ , ଦେଖନ୍ତୁ ଭିଡ଼ିଓ

ସଂସ୍କାର: ତାମିଲନାଡୁର ଚେନ୍ନାଇରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସଫ୍ଟୱେୟାର ଇଞ୍ଜିନିୟର ବସ୍ ଦ୍ୱାରା ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି। ତେବେ ଏହି ଘଟଣା ପାଖ ଦୋକାନରେ ଥିବା ସିସିଟିଭିରେ ରେକର୍ଡ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ସଫ୍ଟୱେୟାର ଇଞ୍ଜିନିୟର ତାଙ୍କ ବାଇକ ସହିତ ବସ୍ ତଳେ ପଡିଯାଇଥିଲେ ଆଉ ବସ୍ ଟି ତାଙ୍କ ମୁଣ୍ଡ ଉପରେ ଚଢିଗଲା।

ସୂଚନାଯୋଗ୍ୟ ଯେ, ଏହି ଘଟଣା ଚେନ୍ନାଇର ଚିନ୍ନାମାଲାଇ ଅଞ୍ଚଳରେ ଆଜି ସକାଳ ୮ ଟା ୪୪ ରେ ଘଟିଛି। ଏହି ସଫ୍ଟୱେୟାର ଇଞ୍ଜିନିୟର ତାମିଲନାଡୁର ନାଙ୍ଗନାଲୁରର ବାସିନ୍ଦା ଥିଲେ। ତାଙ୍କର ନାମ ମହମ୍ମଦ ୟୁନୁସ୍। ତାଙ୍କର ବୟସ ପାଖାପାଖି ୩୨ ବର୍ଷ ବୟସ ବୋଲି ଜଣାପଡିଛି। ସିସିଟିଭି ଭିଡିଓ ଅନୁଯାୟୀ, ରାସ୍ତା ମଝିରେ ଏକ ଖାଲ ଥିଲା, ଯାହା ବର୍ଷା ପାଣିରେ ପରିପୂର୍ଣ୍ଣ ଥିଲା। ଯେତେବେଳେ ସଫ୍ଟୱେୟାର ଇଞ୍ଜିନିୟର ବାଇକର ଚକ ଗର୍ତ୍ତ ଉପରେ ପଡିଲା, ସେତେବେଳେ ତାଙ୍କ ବାଇକର ଭାରସାମ୍ୟ ହରାଇ ବାଇକଟି ଯାଉଥିବା ବସ୍ ତଳେ ଆସିଗଲା। ଏହି ଘଟଣାରେ ସଫ୍ଟୱେୟାର ଇଞ୍ଜିନିୟର ବସ୍ ଦ୍ୱାରା ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି ଏହା ଯେ, ପ୍ରଶାସନର ଅବହେଳା ଯୋଗୁଁ ଚେନ୍ନାଇରେ ଏହି ସଫ୍ଟୱେୟାର ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଖାଲଟିକୁ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣା ପରେ ଲୋକମାନେ ପ୍ରଶାସନ ଉପରେ ପ୍ରଶ୍ନ ଉଠାଉଛନ୍ତି। କାରଣ ୨୦୧୯ ମସିହାରେ ଚେନ୍ନାଇର ପୁନାମାଲି ଅଞ୍ଚଳରୁ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା ​​ଯେଉଁଥିରେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଗର୍ତ୍ତ ଯୋଗୁଁ ମହିଳାଙ୍କର ମୃତ୍ୟୁ ହୋଇଥିଲା। ବାଇକ ଚାଳକଙ୍କର ହଠାତ୍ ବ୍ରେକ୍ ଯୋଗୁଁ ମହିଳା ଜଣକ ଟ୍ରକ୍ ତଳେ ଆସିଥିଲେ। ଆଉ ମୃତ୍ୟୁବରଣ କରିଥିଲେ।

Leave a Reply

Your email address will not be published. Required fields are marked *