ସଫ୍ଟୱେର୍ ଇଞ୍ଜିନିୟର ହୋଇ ବି ବିକୁଥିଲେ ପରିବା : ଗୋଟିଏ ଟ୍ଵିଟରେ ମିଳିଲା ଚାକିରି, ପଢନ୍ତୁ ପୁରା ରିପୋର୍ଟ

ବଲିଉଡ ଅଭିନେତା ସୋନୁ ସୁଦ ଲଗାତାର ଚର୍ଚ୍ଚାରେ ରହି ଆସୁଛନ୍ତି ଏ ଲକ୍‌ଡାଉନ୍‌ ସମୟରେ । ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ନିଜ ଭିଟା ମାଟିକୁ ଫେରିବାରେ ସାହାଯ୍ୟ କରି ପାଲଟିଯାଇଛନ୍ତି ଭଗବାନ । କେବଳ ସେତିକି ନୁହେଁ ସୋନୁଙ୍କ ସହଯୋଗର ହାତ ଖୁବ ଲମ୍ବା । ଅସହାୟ ଲୋକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିବା ଯେମିତି ତାଙ୍କର ନିଶା ପାଲଟି ଯାଇଛି । ସୂଚନା ଅନୁଯାୟୀ ହାଇଦ୍ରାବାଦର ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ସାହାଯ୍ୟ କରି ସୋନୁ ପୁଣିଥରେ ଚର୍ଚ୍ଚାରେ ।

“ପ୍ରବାସୀ ରୋଜଗାର” ନାମକ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସୋନୁ ଚଳିତ ମାସରୁ ଅଭିନବ ପଦକ୍ଷେପ ନେଇଛନ୍ତି । ଅଭାବୀ ତଥା ଆବଶ୍ୟକୀୟ ଲୋକଙ୍କୁ ଚାକିରି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏ ସମୟରେ ଜଣେ ଟ୍ଵିଟର ୟୁଜର ଜନୈକା ପରିବା ବିକାଳିଙ୍କ ଭିଡ଼ିଓ ଟ୍ଵିଟ କରି ଶେୟାର କରିଥିଲେ ଓ ସୋନୁ ସୁଦଙ୍କୁ ଟ୍ୟାଗ୍‌ କରି ଲେଖିଥିଲେ ଯେ, ‘ପ୍ରିୟ ସୋନୁ ସୁଦ ! ଇଏ ହେଉଛନ୍ତି ସାରଦା, ଯାହାକୁ କରୋନା ସଙ୍କଟ ସମୟରେ ଛଟେଇ କରି @VirtusaCorp ଚାକିରିରୁ ବାହାର କରିଦିଆଯାଇଛି । ତଥାପି ସେ ହାର ନମାନି ନିଜ ପରିବାର ଚଳାଇବା ପାଇଁ ପରିବା ବିକିବା ଆରମ୍ଭ କରିଛନ୍ତି । ପାରିବେ ଯଦି ଏ ଯୁବତୀଙ୍କୁ ଆପଣ କିଛି ସାହାଯ୍ୟ କରିପାରିବେ । ଆଶା କରୁଛି ଆପଣ ଏହାର ଉତ୍ତର ନିଶ୍ଚୟ ଦେବେ ।

ଉତ୍ତରରେ ସୋନୁ ସୁଦ କହିଛନ୍ତି ଯେ ମୋ ଅଧିକାରୀ ତାଙ୍କୁ ସାକ୍ଷାତ କରି ସାରିଛନ୍ତି । ଇଣ୍ଟରଭ୍ୟୁ ବି ହୋଇଯାଇଛି । କେବଳ ଏତିକି ନୁହେଁ, ସାରଦାଙ୍କୁ ଚାକିରି ମଧ୍ୟ ମିଳିସାରିଛି । ଜୟ ହିନ୍ଦ ।

Leave a Reply

Your email address will not be published. Required fields are marked *