ଦୁଇ ଜଣ ଦେହ ବେପାରୀଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ୍, ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ଏମାନଙ୍କର ଚେର..

ସଂସ୍କାର : ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦେହ ବ୍ୟବସାୟୀଙ୍କ ଦବଦବା। କିନ୍ତୁ ଏହି ସେକ୍ସ ରାକେଟ୍ ମାନଙ୍କ ଉପରେ ମଧ୍ୟ ଓଡିଶା ପୋଲିସ୍ କଡା ନଜର ରଖିଛି। ଏହି ପରିପ୍ରେକ୍ଷୀରେ ଏକ ସେକ୍ସ ରାକେଟ୍ ଠାବ କରିଛି ସୁବର୍ଣ୍ଣପୁର ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ। ଦୁଇ ଜଣ ଯୁବତୀ ଓ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ସୁବର୍ଣ୍ଣପୁର ପୋଲିସ। ଅଟକ ଯୁବକ ଦୁଇଜଣ ହେଲେ ସୁବଲୟା ଅଞ୍ଚଳର ସୁରେଶ ମେହେର (୨୮ ) ଓ ଧର୍ମଶାଳା ଅଞ୍ଚଳର ଦୀପକ ମିଶ୍ର(୩୧) । ଅନ୍ୟପଟେ ଏହି ଦେହଜୀବୀ ଯୁବତୀ ଦୁଇଜଣ ରାଜଧାନୀ ଭୁବନେଶ୍ୱର ବୋଲି ପ୍ରାଥମିକ ତଦନ୍ତରୁ ଜାଣିପାରିଛି ପୋଲିସ।

ସେହିପରି ଗିରଫ ହୋଇଥିବା ଯୁବକ ଦୁଇ ଜଣ ମଧ୍ୟ ଭୁବନେଶ୍ୱରର ବୋଲି ଜଣାପଡିଛି। ଆଉ ସେମାନଙ୍କ ଠାରୁ ୨ ଟି ବାଇକ ,ଆପତ୍ତିଜନକ ଜିନିଷ, ୪ ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ। କେଶ ନମ୍ବର ୧୮୮ / ୨୧ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ତଦନ୍ତ ଚଳାଇଛନ୍ତି। ଅଟକ ଯୁବତୀ ଦୁଇ ଜଣଙ୍କୁ ବୀରମହାରାଜପୁର ସୁଧାର ଗୃହକୁ ପଠାଇଦିଆଯାଇଥିବା ବେଳେ ଦୁଇ ଯୁବକଙ୍କୁ କୋର୍ଟ ଚାଲଣ କରାଯାଇଛି।

ପୋଲିସ ସୁତ୍ରରୁ ଜଣାପଡ଼ିଛି ଯେ ବହୁ ଦିନ ହେଲା ପୋଲିସ ଆଖିରେ ଚକମା ଦେଖାଇ ଏହି ସେକ୍ସ ରାକେଟ ଚଲାଇଥିଲେ ଏମାନେ। ତେବେ କିଛି ଦିନ ହେଲା ଏହି ରାକେଟ ପୋଲିସ ନଜରରେ ରହିଥିଲା। ଆଉ ଏହି ଗ୍ୟାଙ୍ଗକୁ ଧରିବାରେ ପୋଲିସ୍ ସଫଳ ହୋଇଛି। ଅନ୍ୟପଟେ ପୋଲିସ୍ ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଲାଇଛି।

Leave a Reply

Your email address will not be published. Required fields are marked *