କରନ ଜୋହର ଏବଂ ସଲୁ ମିଆଁଙ୍କ ପ୍ରଡକ୍ସନ ବହିଷ୍କାର ପାଇଁ ଉଠିଲା ବଡ଼ ଦାବି : ଅନଲାଇନ୍ ପିଟିସନରେ ମିଳିଲାଣି ୧୩ ଲକ୍ଷରୁ ଅଧିକ ଅନୁମୋଦନ

ଯେତେବେଳେ ସାରା ଦେଶ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ  ଆତ୍ମହତ୍ୟାରେ ସ୍ତବ୍ଧ ସେଇଠି କ୍ରମେ ଖୋଲିଚାଲିଛି ବଲିଉଡ୍‌ର ଗୁମର । ପୁରା ଇଣ୍ଡଷ୍ଟ୍ରି କେତେକ ପ୍ରଡକ୍ସନ ହାଉସ୍‌ କବଳରେ ଥିବା କଥା ସାମ୍ନାକୁ ଆସିଛି । ଏମିତିକି ପ୍ରଡକ୍ସନ ହାଉସ୍‌ ଛତ୍ରଛାୟା ତଳେ ରହିଲେ ହିଁ ଜଣେ କଳାକାର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତିଷ୍ଠି ପାରିବ ଯାହା ବିରୋଧରେ ୱେବ୍‌ସାଇଟ୍‌  ଚେଞ୍ଜ ଡଟ୍ ଓଆରଜିରେ ଏବେ କ୍ୟାମ୍ପେନ ଚାଲିଛି । ୧୩ ଲକ୍ଷରୁ ଅଧିକ ଲୋକ ଅନଲାଇନ୍‌ ପିଟିସନରେ ସ୍ୱାକ୍ଷର କରିଥିବା ସୂଚନା ମିଳିଛି ।

ଏ ପିଟିସନରେ ସ୍ଵାକ୍ଷର କରିଥିବା ଲୋକ କେବଳ ଯେ ସୁଶାନ୍ତଙ୍କ ଫ୍ୟାନ୍ସ ସେକଥା ନୁହେଁ, ବରଂ ବଲିଉଡର ଅନେକ କଳାକାର ବର୍ତ୍ତମାନ ବଲିଉଡର ଇନସାଇଡର ଓ ଆଉଟସାଇଡର ଦଳରେ ସାମିଲ ହେଇ ଖୋଲାଖୋଲି ନିଜ ମତ ରଖିଲେଣି । ନିଜ ମତରେ ସେମାନେ ଖାସ୍ କରି ସଲମାନ ଖାନ, କରନ ଜୋହର ଏବଂ କେତେଟା ପ୍ରଡକ୍ସନ ହାଉସ୍‌କୁ ଟାର୍ଗେଟ୍  କରିଛନ୍ତି ।

ସୂଚନା ଅନୁଯାୟୀ କରନ, ୱାଇଆରଏଫ୍, ଏସଆରକେ, ଭଁସାଲୀ ସର୍ବୋପରି ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ୍‌ର ଯଦି ଆଶିର୍ବାଦ ନମିଳେ ତେବେ ବଲିଉଡ୍‌ରେ ନୂଆ କଳାକାର ଜଣେ ତିଷ୍ଠିବା କାଠିକର ପାଠ ହେଇଯାଏ ତା ପାଇଁ । ତେଣୁ ନବାଗତ କଳାକାରଙ୍କ ସହାୟତା ପାଇଁ ଏହି ୱେବ୍‌ସାଇଟ୍‌ ଆରମ୍ଭ କରାଯାଇଛି । ଉପରୋକ୍ତ ପ୍ରଡକ୍ସନ ହାଉସ୍‌ ମାଲିକମାନେ ଗୋଷ୍ଠୀ ହୋଇ କଳାକାରଙ୍କୁ କାମ ଦେଉନାହାନ୍ତି ।

ଚେଞ୍ଜ ଡଟ୍ ଓଆରଜି ୱେବ୍‌ସାଇଟ୍‌ରେ ଏପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଲୋକେ ଅନଲାଇନ୍‌ ପିଟିସନରେ ସ୍ୱାକ୍ଷର କରିଥିବାବେଳେ ସୁଶାନ୍ତଙ୍କ ଫ୍ୟାନ୍ସ ୧୫ ଲକ୍ଷ ଟାର୍ଗେଟ୍ ରଖିଛନ୍ତି । ଏହା ଅଧିକ ବି ହୋଇପାରେ ବୋଲି ଏବେ ଅନୁମାନ କରାଗଲାଣି । ନୂଆ କଳାକାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲେ ଗୋଟିଏ ଅଧେ ଫିଲ୍ମ ପରେ ସେମାନଙ୍କୁ ଅକାମୀ କରି ଦିଆଯାଏ ।

କିଛି କଳାକାର ତେଣୁ ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପଳାନ୍ତି ତ କିଛି ସଂଘର୍ଷ କରୁଥିବା ଭିତରେ ଏପରି ପ୍ରଡକ୍ସନ ହାଉସ୍‌ଙ୍କ ଶିକାର ହୁଅନ୍ତି ବୋଲି ଫ୍ୟାନ୍ସ ଜାଣିଗଲେଣି । ଫଳରେ ଏଣିକି ପ୍ରେକ୍ଷାଳୟରେ ଏପରି ପ୍ରଡକ୍ସନ ହାଉସ୍‌ଙ୍କ ଫିଲ୍ମ ବୟକଟ୍ କରିବା ସହିତ ନେଟଫ୍ଲିକ୍ସ, ଆନାଜନ ଓ ହଟଷ୍ଟାରରେ ଏପରି ସଂସ୍ଥାଙ୍କ ଫିଲ୍ମ ପ୍ରମୋଟ ନକରିବାକୁ ନିବେଦନ କରାଯିବ ।  

Leave a Reply

Your email address will not be published. Required fields are marked *