ରିଆଲିଟି ଶୋ’ରୁ ଓଡ଼ିଆ ସିନେ-ଅଭିନେତ୍ରୀ, ଆଉ ଏବେ ତେଲୁଗୁ ଫିଲ୍ମ : ଆସନ୍ତୁ ଜାଣିବା ତାଙ୍କ ସଫଳତା ପଛର ରହସ୍ୟ

ତମନ୍ନା ବ୍ୟାସ । ରିଆଲିଟି ଶୋ’ରୁ ସୁଯୋଗ ପାଇଥିଲେ ଓଡ଼ିଆ ସିନେମାରେ ଅଭିନୟ କରିବା ପାଇଁ । ନିଜର ନିଚ୍ଛକ ଅଭିନୟରେ ସମସ୍ତଙ୍କ ପ୍ରଶଂସା ସାଉଁଟି ଅଳ୍ପ ଦିନ ଭିତରେ ଜଣେ ସଫଳ ଓଲିଉଡ଼ ଅଭିନେତ୍ରୀ ଭାବରେ ଜଣାଶୁଣା ହେଲେ ତମନ୍ନା । ଆଉ ଏବେ ତାଙ୍କୁ ‘ଭେଇ ଶୁଭାମୁଲୁ କାଲୁଗୁ ନେକୁ’ ନାମକ ଏକ ତେଲୁଗୁ ଫିଲ୍ମ ମିଳିଛି ।

ତେଲୁଗୁ ସିନେମା ମହୁରତର ଫଟୋ ଶେୟାର୍ କରି ତମନ୍ନା ତାଙ୍କ ଫ୍ୟାନ ଓ ଫୋଲୋୟରସଙ୍କ ସମର୍ଥନ ଏବଂ ଆଶୀର୍ବାଦ ଲୋଡିଛନ୍ତି । ସୂଚନା ଅନୁଯାୟୀ ଉକ୍ତ ତେଲୁଗୁ ସିନେମାର ସୁଟିଂ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି । ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ରେ ତମନ୍ନା ପ୍ରଥମେ ବ୍ରେକ୍ ପାଇଥିଲେ । ଦୁର୍ଭାଗ୍ୟବଶତଃ ଫିଲ୍ମଟି କିନ୍ତୁ ପୂରଣ ହେଇପାରି ନଥିଲା ।

ତେବେ ତମନ୍ନା ବ୍ୟାସ ଏବେ ଓଡ଼ିଆ ସିନେ ଜଗତର ଜଣେ ଆଗଧାଡ଼ିର ନାୟିକା । ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’, ‘ନିଝୁମ୍ ରାତିର ସାଥୀ, ‘ପ୍ରେମ କୁମାର’, ‘ବ୍ଲାକମେଲ୍’ ,‘ଗୋଲମାଲ୍ ଲଭ୍,’ ‘ପ୍ରେମ ତୋର ନଟି ନଟି’ ଆଦି ସିନେମାରେ ନାୟିକା ବନି ସାରିଲେଣି।

ସୂଚନା ଥାଉ ଯେ ତମନ୍ନାଙ୍କ ପୂର୍ବରୁ ବି ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ, ସବ୍ୟସାଚୀ ଓ ସମ୍ବିତଙ୍କ ଭଳି ଓଡ଼ିଆ ସିନେ ଅଭିନେତାମାନେ ଏଇ ନିକଟରେ ତେଲୁଗୁ ସିନେମାରେ ଅଭିନୟ କରି ସାରିଛନ୍ତି । ଅନ୍ୟପକ୍ଷରେ ତମନ୍ନାଙ୍କ ଅଭିନୀତ କେତୋଟି ଓଡ଼ିଆ ଫିଲ୍ମ ରିଲିଜ୍ ଅପେକ୍ଷାରେ । ସେଗୁଡ଼ିକ ହେଉଛି ‘ସୁପର ବୟ’, ‘ରୋମିଓ ରାଜା’ ଓ ‘ଲକିର ଲଭଷ୍ଟୋରି’ ।  

Leave a Reply

Your email address will not be published. Required fields are marked *