ଆମେରିକାର ଟେକ୍ସାସରୁ ଜଣେ ନାବାଳିକା ସହିତ ବଳାତ୍କାର ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୭ ବର୍ଷର ନାବାଳିକାକୁ ଜବରଦସ୍ତ ଡ୍ରଗ୍ସ୍ ଦିଆଯାଇଥିଲା ଏବଂ ବନ୍ଧୁକ ମୁନ ଦେଖେଇ ଲଗାତାର ୫ ଦିନ ଯାଏଁ ବଳାତ୍କାର କରାଯାଇଥିଲା ।
ଡେଲି ମେଲ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୋଲିସ ୩୪ ବର୍ଷୀୟ ଅଭିଯୁକ୍ତ ମାଇକେଲଙ୍କୁ ବୁଧବାର ଦିନ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ବଳାତ୍କାର ଏବଂ ଶିଶୁ ଚାଲାଣ ମାମଲା ରୁଜୁ କରିଛି ପୋଲିସ । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୨୭ ରେ ମାଇକେଲ ତାଙ୍କୁ ଅପହରଣ କରି ଏକ ଷ୍ଟୋର ୟୁନିଟରେ ତାଲା ପକାଇ ଦେଇଥିଲେ । ତା’ପରେ ସେ ନାବାଳିକାକୁ ଜବରଦସ୍ତ ଡ୍ରଗ୍ସ୍ ଦେଇଥିଲେ ଏବଂ ବନ୍ଧୁକର ଭୟ ଦେଖାଇ ଲଗାତାର ୫ ଦିନ ଯାଏଁ ବଳାତ୍କାର କରିଥିଲେ ।
![](https://sanskarnetwork.in/odia/wp-content/uploads/2020/11/rape-.jpg)
ଟେକ୍ସାସ ପୋଲିସ କହିଛି ଯେ ୫ ଦିନ ବଳାତ୍କାର କଲାପରେ ଅଭିଯୁକ୍ତ ନାବାଳିକାକୁ ଛାଡ଼ି ଦେଇଥିଲା । ସେ କାହିଁକି ଏପରି କଲା ତାହା ଜାଣିବାକୁ ଆମେ ଚେଷ୍ଟା କରୁଛୁ । ଦୁହେଁ ପରସ୍ପରକୁ ଜାଣିଛନ୍ତି କି, କାରଣ ଅଭିଯୁକ୍ତ ଠାରୁ ମୁକୁଳିବାର ଏକ ସପ୍ତାହ ପରେ ଥାନାରେ ଏଫ୍ଆଇଆର ଦାଖଲ କରିଥିଲେ । ଅଭିଯୁକ୍ତକୁ ଗିରଫ କରା ସରିଛି ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।