ସଂସ୍କାର : ଜଣେ ୭ ବର୍ଷର ଝିଅ ସହିତ ହୋଇଛି ଯୌନ ଶୋଷଣ। ଏପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ତାମିଲନାଡୁ ରାଜ୍ୟରୁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯୌନ ନିର୍ଯାତନା ଅଭିଯୋଗରେ ପୋଲିସ ଜଣେ ୬୨ ବର୍ଷୀୟ ବୃଦ୍ଧକୁ ଗିରଫ କରିଛି। ବୃଦ୍ଧ ଜଣକ ତାଙ୍କର ୭ ବର୍ଷୀୟ ନାତୁଣୀକୁ ଯୌନ ଶୋଷଣ କରିଥିବାର ଅଭିଯୋଗ ହୋଇଛି। ଆଉ ଝିଅର ମାଆଙ୍କ ଅଭିଯୋଗ ଓ ଡାକ୍ତରୀ ପରୀକ୍ଷା ଅନୁଯାୟୀ ବୃଦ୍ଧ ସହିତ ତାର ସାନ ପୁଅ , ଯିଏକି ଝିଅର ଚାଚା ହେବ ଓ ଚାଚାର ପୁଅକୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ୭ ବର୍ଷର ଝିଅ ସହିତ ଯୌନ ଶୋଷଣ କରିଥିବା ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଛି।
ତେବେ ପୋଲିସର ସୂଚନା ମୁତାବକ, ଏହି ଘଟଣାଟି ହେଉଛି ଚେନ୍ନାଇ ନିକଟସ୍ଥ ମାଡିପକ୍କମ୍ ଗ୍ରାମର । ଏଠାରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ଘରେ ଜଣେ ୭ ବର୍ଷର ଛୋଟ ଝିଅକୁ ଯୌନ ଶୋଷଣ କରାଯାଇଛି। ପୋଲିସ ଆହୁରି ମଧ୍ୟ କହିଛି ଯେ, ପିଲାମାନେ ଅନଲାଇନ୍ କ୍ଲାସ୍ କରିବା ପାଇଁ ଜେଜେବାପା ନାତୁଣୀଙ୍କୁ ଘରକୁ ଆଣିଥିଲେ। ତାଙ୍କର ସାନ ପୁଅ ମଧ୍ୟ ତାଙ୍କ ସହିତ ରହୁଥିଲେ। ତେବେ ଅଗଷ୍ଟ ୨ ତାରିଖ ରାତିରେ ଜେଜେବାପା ତାଙ୍କର ୭ ବର୍ଷୀୟ ନାତୁଣୀକୁ ପାଖରେ ଶୁଆଇ ଯୌନ ନିର୍ଯାତନା ଦେଇଥିଲେ। ଜେଜେବାପାଙ୍କର ଏହି ନିଷ୍ଠୁରତା କାର୍ଯ୍ୟରେ ନିଜକୁ ଅସମ୍ଭାଳ ମନେ କରି ଝିଅଟି ତାଙ୍କର ଚାଚା ପାଖକୁ ଗଲା। କିନ୍ତୁ ଝିଅଟିକୁ ଶାନ୍ତ କରିବାର ବାହାନାରେ ଚାଚା ମଧ୍ୟ ଝିଅ ସହିତ ଅସଦାଚରଣ କରିଥିଲେ। ଏହା ପରେ ଝିଅଟି ଚାଚାର ପୁଅ ପାଖକୁ ଗଲା , କିନ୍ତୁ ୧୬ ବର୍ଷୀୟ ଯୁବକ ଜଣକ ନିଜର ଯୋୖନ ଭୋକକୁ ମେଣ୍ଟାଇବା ପାଇଁ ଏହି କୁନି ଝିଅଟିର ଯୌନକୁ ଶୋଷଣ କରିଥିଲା।
ତେବେ ଅଗଷ୍ଟ ୮ ତାରିଖ ରବିବାର ଦିନ, ଯେତେବେଳେ ଝିଅର ମା, ଝିଅକୁ ଭେଟିବାକୁ ଯାଇଥିଲେ, ସେ ଦେଖିଲେ ଯେ ତାଙ୍କ ଝିଅ ଅସୁସ୍ଥ ହୋଇପଡିଛି। ତେବେ ସେ ସଂଗେ ସଂଗେ ଶିଶୁଟିକୁ ଡାକ୍ତରଙ୍କ ନିକଟକୁ ନେଇଗଲେ। ଏହି ସାତ ବର୍ଷର ବାଳିକା ଡାକ୍ତରଖାନାରେ ତାଙ୍କ ସହିତ ହୋଇଥିବା କାର୍ଯ୍ୟ ବିଷୟରେ ଡାକ୍ତରଙ୍କ ସମୁଖରେ ବର୍ଣ୍ଣନା କରିଥିଲେ ଏବଂ ଡାକ୍ତରୀ ଯାଞ୍ଚରୁ ଜଣାପଡିଛି ଯେ ଝିଅଟି ଯୌନ ଶୋଷଣର ଶିକାର ହୋଇଛି।
ତେବେ ଝିଅଟିର ମା’ ସର୍ବ-ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ POCSO ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଜେଜେବାପା ଏବଂ ଚାଚାଙ୍କୁ ଜେଲକୁ ପଠାଯାଇଥିବାବେଳେ ତାଙ୍କର ୧୬ ବର୍ଷର ପୁଅକୁ ସୁଧାର ଗୃହକୁ ପଠାଯାଇଛି।