୪୦ ଘଣ୍ଟା ପରେ ମିଳିଲା ଦନ୍ତା ହାତୀର ମୃତ ଦେହ , ଉଦ୍ଧାର କରିବା ପାଇଁ ଚାଲିଛି ଯୋଜନା

ସଂସ୍କାର : ମୁଣ୍ଡଳୀରେ ହାତୀ ଭାସିଯିବା ଘଟଣା। ମୁଣ୍ଡଳୀରେ ଭାସି ଆସିଥିବା ଦନ୍ତାର ମୃତ ଦେହ ଠାବ ହୋଇଛି। କଟକ ଜୋବ୍ରା ବ୍ୟାରେଜ୍ ରେ ଭାସୁଛି ଦନ୍ତା ହାତୀର ମୃତ ଦେହ। ବର୍ତ୍ତମାନ ହାତୀର ମୃତଦେହକୁ ଉଦ୍ଧାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୬ ନମ୍ବର ଗେଟ୍ ରେ ଲାଗିଛି ହାତୀର ମୃତ ଦେହ। ତେବେ ଘଟଣାସ୍ଥଳରେ ପୋଲିସ୍ ଏବଂ ବନବିଭାଗର କର୍ମଚାରୀ ଉପସ୍ଥିତ ଅଛନ୍ତି। ଗେଟ୍ ଟେକି ହାତୀର ମୃତ ଦେହକୁ ବାହାରକୁ ଆଣିବାକୁ ଉଦ୍ୟମ ଚାଲିଛି।

ତେବେ ଗତ ଶୁକ୍ରବାର ଦିନ ମୁଣ୍ଡଳୀ ମହାନଦୀରେ ଫସି ରହିଥିଲା ଦନ୍ତା ହାତୀ। ଆଉ ଏହି ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ କର୍ମଚାରୀ ସମେତ ଦୁଇ ଜଣ ଗଣମାଧ୍ୟମର ପ୍ରତିନିଧି ମଧ୍ୟ ଯାଇଥିଲେ। ତେବେ ମୋଟ୍ ୭ ଜଣ ଏହି ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ , ସାମ୍ବାଦିକ ଅରିନ୍ଦମ ଦାସ ଆଉ ଜଣେ ଓଡ୍ରାଫ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଛି। ଯାହାକୁ ନେଇ ରାଜ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ଗତ ଶୁକ୍ରବାର ରାତିରେ ହାତୀଟି କେଉଁଆଡ଼େ ଭାସି ଯାଇଥିଲା। ଆଉ ଦୀର୍ଘ ୪୦ ଘଣ୍ଟା ପରେ ହାତୀର ମୃତ ଦେହ ଠାବ ହୋଇଛି। ବର୍ତ୍ତମାନ ଦନ୍ତା ହାତୀକୁ ଉପରକୁ ଆଣିବାକୁ ଚେଷ୍ଟା କରାଯାଉଛି।

Leave a Reply

Your email address will not be published. Required fields are marked *