ପ୍ରେମରେ ଧୋକା ଦେବାରୁ ଗାର୍ଲଫ୍ରେଣ୍ଡ ନେଲେ ପ୍ରତିଶୋଧ, ଏହି କାରଣରୁ ବୟଫ୍ରେଣ୍ଡ ଏବେ ଜେଲ୍ ରେ …

ସଂସ୍କାର (୧୪/୦୭) :- ପ୍ରେମରେ ପ୍ରତାରିତ ହୋଇଥିବା ଆଶିକ୍ ବେଳେବେଳେ ପ୍ରତିଶୋଧ ନେବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥାଏ। ସେମିତି କିଛି ଦେଖିବାକୁ ମିଳିଛି ଚାଇନାରୁ। ଚାଇନାର ଜଣେ ଝିଅ ତାଙ୍କ ବୟଫ୍ରେଣ୍ଡ ଠାରୁ ଧୋକା ଖାଇବା ପରେ ପ୍ରତିଶୋଧ ନେବା ପାଇଁ କିଛି ଏଭଳି କାର୍ଯ୍ୟ କରିଛନ୍ତି। ଯାହାର ପ୍ରତିବଦଳରେ ସେହି ପୁଅ ଟିକୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିଛି।

ପ୍ରତିଶୋଧ ନେବାକୁ ଏହି ଝିଅ ଜଣକ ତାଙ୍କ ପ୍ରେମିକଙ୍କ କାରରେ ଟ୍ରାଫିକ ନିୟମ ଭଙ୍ଗ କରିଥିଲେ। ତେବେ ଏହି ଜଣକ ଗୋଟିଏ କିମ୍ବା ଦୁଇଥର ନୁହଁ ଟ୍ରାଫିକ ନିୟମ ଭଙ୍ଗ କରିନାହାନ୍ତି , କରିଛନ୍ତି ୫୦ ଥର ଟ୍ରାଫିକ ନିୟମ ଭଙ୍ଗ। ସେ ପୁଣି ତାଙ୍କ ବୟଫ୍ରେଣ୍ଡର କାରରକୁ ନେଇ।

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହି ଘଟଣାଟି ଦେଖିବାକୁ ମିଳିଛି ଚୀନର ଜେଜିଆଙ୍ଗ ସହରରେ । ତେବେ ଏହି ଝିଅ ଜଣକ ତାଙ୍କର ପ୍ରେମିକଙ୍କ ଅଡି (AUDI) କାରକୁ ପ୍ରାୟ ୫୦ ଥର ଟ୍ରାଫିକର ଲାଲ୍ ସିଗନାଲ୍ କୁ ଅତିକ୍ରମ କରି ଟ୍ରାଫିକ ନିୟମ ଭଙ୍ଗ କଲେ ଏବଂ ଗୋଟିଏ ଥର ଦ୍ରୁତ ଗତିରେ ଗାଡିଟିକୁ ଚଳାଇ ଦୁର୍ଘଟଣା ଘଟାଇଲେ।

ତେବେ ଗାର୍ଲଫ୍ରେଣ୍ଡଙ୍କ ଏହି ହରକତ୍ ପାଇଁ ସେ ପୁରୁଷଙ୍କୁ ମୋଟା ରକମର ତଣ୍ଡ ଗଣିବାକୁ ପଡିଥିବା ବେଳେ ସେହି ପୁରୁଷ ବନ୍ଧୁ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଯାହା ସୂଚନା ରହିଛି।

Leave a Reply

Your email address will not be published. Required fields are marked *