ପ୍ରେମିକାକୁ ନିଜର ନ କରିପାରିବାରୁ ବିଷ ପିଇଲା ପ୍ରେମିକ, ଆଉ ତା’ପରେ…

ସଂସ୍କାର : କେହି କେହି ପ୍ରେମରେ ସଫଳତା ହାସଲ କରନ୍ତି ତ ଆଉ କେହି କେହି ପ୍ରେମରେ ବିଫଳ ହୋଇଥାନ୍ତି। ପ୍ରେମରେ ସଫଳ ହେଲେ ତାର ଖୁସି କିଛି ଅଲଗା ପ୍ରକାରର ହୋଇଥାଏ। କିନ୍ତୁ ଯଦି ପ୍ରେମରେ ବିଫଳତା କାହାକୁ ମିଳେ ତେବେ ସେ ବ୍ୟକ୍ତି ହତୋତ୍ସାହିତ ହୋଇ ନିଜର ପ୍ରାଣ ଦେବାକୁ ପଛାଇ ନଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ। ଏଠାରେ ଜଣେ ଯୁବକ ପ୍ରେମରେ ବିଫଳ ହେବାରୁ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା l ବ୍ଲକର ସହିରା ପଂଚାୟତ ଦହିଅଣ୍ଟା ଗ୍ରାମର ଜଣେ ଯୁବକ ଏକ ଯୁବତୀକୁ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ହେବ ଭଲ ପାଉଥିଲେ l ଏପରିକି ଏହି ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।ସମ୍ପର୍କ ଦୃଢ଼ୀଭୁତ ହେବାରୁ ପ୍ରେମିକ ଜଣକ ପ୍ରେମିକାଙ୍କୁ ଅନେକ ଦାମୀ ଦାମୀ ଜିନିଷ ପତ୍ର ଦେଇଛନ୍ତି। ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ମାତ୍ର ପରବର୍ତ୍ତୀ ସମୟରେ ପ୍ରେମିକା ନିଜ ଘର ଲୋକଙ୍କ ଚାପରେ ଆସି ସେମାନଙ୍କର ଏହି ପ୍ରେମ ସମ୍ପର୍କକୁ ଅସ୍ବୀକାର କରିଥିଲେ। ତେବେ ପ୍ରେମିକା ଜଣଙ୍କ ବିବାହ କରିବା ପାଇଁ ମନା କରିବା ସହିତ ପ୍ରେମକୁ ଅସ୍ବୀକାର କରିବାରୁ ପ୍ରେମିକ ଜଣଙ୍କ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ସତ ରୂପ ଦେବା ପାଇଁ ପ୍ରେମିକ ନିଜ ପରିବାର ଲୋକଙ୍କ ଅଗୋଚରରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ଯୁବକଙ୍କର ଆତ୍ମହତ୍ୟା ପାଇଁ ଯୁବତୀ ହିଁ ପୂର୍ଣ୍ଣରୂପରେ ଦାୟୀ ବୋଲି ଯୁବକଙ୍କର ପରିବାର ଲୋକେ ପୋଲିସ୍ ସମ୍ମୁଖରେ ଅଭିଯୋଗ କରିଛନ୍ତି l ଏନେଇ ମୃତ ପ୍ରେମିକଙ୍କ ଭଉଣୀ ଭାଇର ମୃତ୍ୟୁ ପାଇଁ ପ୍ରେମିକା ହିଁ ଦାୟି ବୋଲି ଆଳି ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇବା ପରେ ଆଳି ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ସେହି ଯୁବତୀ ଜଣଙ୍କୁ ଥାନାକୁ ଆଣି ପୋଲିସ୍ ଘଟଣା ସମ୍ପର୍କରେ ଅଧିକା ପଚରାଉଚରା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *