ସଂସ୍କାର : ଏକ ବଡ଼ଧରଣର ସେକ୍ସ ରାକେଟର ପର୍ଦ୍ଦାଫାଶ୍ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ସେକ୍ସ ରାକେଟ୍ ର ମାଲିକ ତସ୍କର ମୁନୀର ଓରଫ ମୁନୀଋଲକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ। ଏହି ଅଭିଯୁକ୍ତ ଜଣକ ବାଙ୍ଗଲାଦେଶୀ ଯୁବତୀଙ୍କୁ ଚାକିରୀ ଦେବାର ବାହାନା କରି ସେମାନଙ୍କୁ ଦେହ ବେପାର ଧନ୍ଦାରେ ଲଗାଉଥିଲା। ଏମିତିକି ପ୍ରତି ମାସରେ ୫୫ ରୁ ୬୦ ଜଣ ବାଙ୍ଗଲାଦେଶୀ ଯୁବତୀଙ୍କର ଶରୀର ସହ ଖେଳୁଥିଲା ସେ। ତେବେ ଅଭିଯୁକ୍ତ ଏଯାଏଁ ୩୦୦ରୁ ଉର୍ଦ୍ଧ୍ଵ ବାଙ୍ଗଲାଦେଶୀ ଯୁବତୀଙ୍କ ତସ୍କରୀ କରିଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡିଛି। କେବଳ ସେତିକି ନୁହେଁ ଅଭିଯୁକ୍ତ ନିଜେ ୭୫ରୁ ଉର୍ଦ୍ଧ୍ଵ ଯୁବତୀଙ୍କୁ ବିବାହ କରିଛି। ଦୀର୍ଘ ୫ ବର୍ଷ ହେଲା ଅପରାଧ ଜଗତରେ କାୟା ବିସ୍ତାର କରିଥିଲା ଏହି ଦେହ ବେପାରୀ ଅଭିଯୁକ୍ତ। ତେବେ ଗତ ଗୁରୁବାର ଦି ଇନ୍ଦରୋର ଏସଆଇଟି ଦେହ ବେପାରୀ ମୁନୀରକୁ ସୁରତରୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନାନୁଯାୟୀ, ଅଭିଯୁକ୍ତ ମୁନୀର ବାଙ୍ଗଲାଦେଶରୁ ଯୁବତୀମାନଙ୍କୁ ପୋରସ ବର୍ଡର ଦେଇ ଭାରତକୁ ପ୍ରଦେଶ କରାଉଥିଲା। ବାଙ୍ଗଲାଦେଶୀ ଝିଅମାନଙ୍କୁ କୌଣସି କ୍ରମେ ଆଣିବା ପରେ ସେକ୍ସ ରାକେଟ୍ରେ ନିୟୋଜିତ କରୁଥିଲା ମୁନୀର।
୧୧ ମାସ ପୂର୍ବେ ଏକ ସ୍ଵତନ୍ତ୍ର ଅପରେସନ କରି ୨୧ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ଇନ୍ଦୋର ପୋଲିସ। ସେମାନଙ୍କ ମଧ୍ୟରୁ ୧୧ ଜଣ ବାଙ୍ଗଲାଦେଶୀ ଯୁବତୀ ଥିବା ବେଳେ ଅନ୍ୟମାନେ ଅନ୍ୟ ଦେଶର ଥିଲେ। ଏହା ସହ ପୋଲିସ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମୁନୀର ଫେରାର ହୋଇଯାଇଥିଲା। ଏହା ପରେ ଇନ୍ଦୋର ପୋଲିସ ଗତ କିଛି ଦିନ ହେବ ମୁନୀର ଉପରେ ନଜର ରଖିଥିଲା। ମୁନିର ମୁଣ୍ଡରେ ଇନ୍ଦୋର ପୋଲିସ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ତେବେ ଗୁରୁବାର ଦିନ ସୁରତରୁ ମୁନୀର ଧରା ପଡିଛି।