ଘରୋଇ ହସ୍ପିଟାଲରେ ଚାଲିଛି ଶବକୁ ନେଇ ବେପାର ; ସାମ୍ନାକୁ ଆସିଲା ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲର ସତ୍ୟତା

ସଂସ୍କାର : ଶବକୁ ରଖି ଟଙ୍କା ଲୁଟୁଛନ୍ତି ଭୁବନେଶ୍ୱରର ଘରୋଇ ହସ୍ପିଟାଲ। ସାମ୍ନାକୁ ଆସିଲା ଭୁବନେଶ୍ୱରର ଆଉ ଏକ ଘରୋଇ ହସ୍ପିଟାଲର ସତ୍ୟତା। ପୂର୍ବରୁ ଆମେ ଦେଖିଚେ ଯେ, ଭୁବନେଶ୍ୱରର ଆପଲୋ ହସ୍ପିଟାଲରେ ମରିଯାଇଥିବା ଲୋକକୁ ଅନେକ ଦିନ ରଖି ତାଙ୍କ ପରିବାର ଲୋକଙ୍କ ଠାରୁ ଅନେକ ଟଙ୍କା ଲୁଟନ୍ତି। କିନ୍ତୁ ଆଜି ଆସିଛି ଭୁବନେଶ୍ୱରର ହାଇଟେକ୍ ହସ୍ପିଟାଲର ଶବ କାରବାରର କଥା। ଏହି ହସ୍ପିଟାଲରେ ଚାକିରୀ କରୁଥିବା ଡାକ୍ତରମାନେ ଜଣେ ରୋଗୀଙ୍କର ଠିକ ଭାବରେ ଚିକିତ୍ସା ନ କରି ତାଙ୍କୁ ମାରି ଦେଇଛନ୍ତି। ଆଉ ସେ ରୋଗୀ ମରିବାର ତିନି ଦିନ ପରେ କହୁଛନ୍ତି ଯେ, ସେ ଆଉ ନାହାନ୍ତି। ଆଉ ପୋଲିସ୍ ମଧ୍ୟ ମେଡ଼ିକାଲ କତ୍ତୃପକ୍ଷଙ୍କ ସାଥ୍ ଦେଇ ମରିଯାଇଥିବା ପରିବାର ଲୋକଙ୍କୁ କହୁଛି ସେମାନେ ଭୁଲ୍ ଆଉ ମେଡ଼ିକାଲ ଠିକ।

ଆଜି ଏଭଳି ଏକ ଖବର ବର୍ତ୍ତମାନ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ଝିଅ ନିଜ ବାପା ମରିବାର ଖବର ସୋସିଆଲ୍ ମିଡିଆରେ ଉପଲୋଡ କରିବା ପରେ ହାଇଟେକ୍ ମେଡ଼ିକାଲର ସତ୍ୟତା ସାମ୍ନାକୁ ଆସିଛି। ସେ ଝିଅ ଜଣକ ନିଜର କୋହଭରା କଣ୍ଠରେ କହିଛନ୍ତି ଯେ, ” ମୋ ବାପା ମରିଗଲେଣି ତିନି ଦିନ ହେଲାଣି। ଆମେ ସବୁ ମିଡ଼ିଆ ଆଉ ପୋଲିସ୍ ଷ୍ଟେସନରେ କହିଲୁଣୁ ଆମ କଥା କେହି ଶୁଣୁନାହାନ୍ତି। ଆମର କେହି ନାହାନ୍ତି। ଆମ ପରିବାରରେ ଆମେ ଚାରିଜଣ ହିଁ ଥିଲୁ। ମୋ ବାପା ଲୋ…. ମୋ ବାପାକୁ ମାରିଦେଲା ଏହି ମେଡ଼ିକାଲ। ପୋଲିସ୍ ବି କିଛି କରୁନି। କୌଣସି ମିଡ଼ିଆବି ଆମ ଖବର ନେବାକୁ ଆସୁନାହାନ୍ତି। ଇଟିଭି ଠୁ ଆରମ୍ଭ କରି ଓଟିଭି ଆମେ ସମସ୍ତଙ୍କୁ ଜାଣଇ ସାରିଲୁଣୁ। ଆମକୁ ନ୍ୟାୟ ଦରକାର। ଆମକୁ ରକ୍ଷା କର ଜଗନ୍ନାଥ।”

ତେବେ ପ୍ରଶ୍ନ ଉଠୁଛି ଏହା ଯେ, ପୋଲିସ୍ କାହା ଇସାରାରେ ମେଡ଼ିକାଲ ବିରୋଧରେ ମାମଲା ରୁଜୁ କରୁନି। ଓଲଟା ସେ ନିରୀହ ପରିବାରଙ୍କୁ କହୁଛି ମେଡ଼ିକାଲ ଠିକ ଆଉ ତମେ ଭୁଲ୍। ଅନ୍ୟପଟେ ଭୁବନେଶ୍ୱରର ଅନେକ ଘରୋଇ ମେଡ଼ିକାଲ ଏହିପରି ଶବକୁ ରଖି ଟଙ୍କା ପାଇବା ପାଇଁ ବ୍ୟବସାୟ କରନ୍ତି। ତେବେ ପୋଲିସ୍ କାହିଁକି ଏହି ମାମଲାରେ ହସ୍ତକ୍ଷେପ କଲାନାହିଁ ଆଉ ମିଡ଼ିଆ କାହିଁକି ଏମାନଙ୍କର କଥା ଶୁଣିଲା ନାହିଁ ତାହା ବର୍ତ୍ତମାନ ଅନେକ ଲୋକଙ୍କର ମନରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *