ସଂସ୍କାର : ସ୍ୱାମୀ ସ୍ତ୍ରୀ ଚଳାଇଥିଲେ ଦେହ ବ୍ୟବସାୟ। ସ୍ତ୍ରୀ ଜଣଙ୍କ ବଡ଼ବଡ଼ିଆଙ୍କୁ ନିଜର ପ୍ରେମ ଜାଲରେ ଫସାଇ କରୁଥିଲା ଦେହ ବ୍ୟବସାୟ। ଆଉ ସ୍ତ୍ରୀର ଏହି କାମରେ ସାହାଯ୍ୟ କରୁଥିଲା ସ୍ୱାମୀ। ସ୍ୱାମୀ-ସ୍ତ୍ରୀ ମିଶି ଚଳାଇଥିଲେ ବଡ ଧରଣର ଦେହ ବେପାର ସହିତ ଲୁଟ କାରବାର । ବଡ଼ବଡ଼ିଆଙ୍କୁ ଟାର୍ଗେଟ୍ କରି ଫେସବୁକରେ ସମ୍ପର୍କ ସ୍ଥାପନ କରୁଥିଲେ ସ୍ତ୍ରୀ । ନିଜର ଭଡା ଘରକୁ ଗ୍ରାହକକୁ ଡାକି ଯୌନ ସମ୍ବନ୍ଧ ରଖୁଥିଲେ ସ୍ତ୍ରୀ ଆଉ ଏହି ପାପ ସମ୍ପର୍କ ରଖିବା ସମୟରେ କୌଶଳକ୍ରମେ ଭିଡିଓ ସୁଟିଂ କରି ବ୍ଲାକମେଲିଂ କରୁଥିଲେ ଦମ୍ପତି । ଏଦୁହେଁ ଦୁଷ୍କର୍ମ କେସ୍ ରେ ଫସାଇ ଦେବି କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ନିଜର ଗ୍ରାହକଙ୍କ ଠାରୁ ।
ଆଉ ସ୍ତ୍ରୀର ଏହି ଦେହ ବେପାର କାମରେ ମାଷ୍ଟରମାଇଣ୍ଡ ଥିଲା ସ୍ୱାମୀ । ଏଭଳି ନୂଆ ଢଙ୍ଗରେ ଦେହ କାରବାର କରି ଲୋକଙ୍କୁ ଲୁଟୁଥିବା ଅଭିଯୋଗରେ ଏକ ଦମ୍ପତ୍ତିଙ୍କୁ ଗତ ରବିବାର ଗିରଫ କରିଛି ଅନୁଗୁଳ ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳର । ଜଣେ ଯୁବକଙ୍କୁ ବ୍ଲାକମେଲିଂ କରି ଏକ ଲକ୍ଷ ୨୯ ହଜାର ଟଙ୍କା ଲୁଟିବା ନେଇ ଅଭିଯୋଗର ଖୋଳତାଡ଼ କରିବା ସମୟରେ ପୁଲିସ ଏହି ଘଟଣାର ପର୍ଦାଫାଶ କରିଛି । ମହିଳାଙ୍କଠାରୁ ଲୁଟ୍ ମୋବାଇଲ୍ ସହ ତାଙ୍କ ଘରୁ ବିପୁଳ ପରିମାଣର ଆପତ୍ତିଜନକ ଜିନିଷ ଓ ମହିଳାଙ୍କ ନଗ୍ନ ଫଟୋ ପୁଲିସ ଜବତ କରିଥିବା ଜଣାପଡ଼ିଛି ।
ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ସହର ଗାନ୍ଧିମାର୍ଗରେ ରାଜୀବ ଅଗ୍ରୱାଲ୍ ଓ ତାଙ୍କ ପୁଅ ଅଭିଷେକ ରହୁଛନ୍ତି । ୨୦୧୯ ମସିହାରେ ବାପ-ପୁଅଙ୍କୁ ଟାର୍ଗେଟ୍ କରିଥିଲେ ଏହି ବିବାହିତା ମହିଳା (୩୭) । ତାଙ୍କର ଏକ ବିୟୁଟି ପାର୍ଲର ରହିଥିବା ବେଳେ ସେଠାରେ ସେ ରାଜୀବଙ୍କ ସହ ଭେଟ ହୋଇଥିଲେ। ଏହାସହ ପରେ ରାଜୀବଙ୍କ ପୁଅ ଅଭିଷେକଙ୍କ ସହ ବନ୍ଧୁତା ରଖିଥିଲେ । ଉଭୟ ବାପା-ପୁଅଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ଅଫର ଦେଇଥିଲେ । ବାପ-ପୁଅ ବିଭିନ୍ନ ସମୟରେ ଯାଇ ଶାରୀରିକ ସମ୍ପର୍କ ରଖିବା ସହ ଏହି ବାବଦକୁ ମୋଟା ଅଙ୍କର ଟଙ୍କା ଦେଇଛନ୍ତି । ତେବେ ଏହି ମହିଳା ଜଣକ ଉଭୟ ବାପ-ପୁଅଙ୍କ ସହ ଅନୈତିକ ସମ୍ପର୍କର ଭିଡିଓ ସୁଟିଂ କରିଥିଲେ । ଆଉ ଭିଡିଓ କୁ ନେଇ ଉକ୍ତ ମହିଳା ବାପପୁଅଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ।
ଗତ ଅଗଷ୍ଟ ୨୫ ତାରିଖ ସନ୍ଧ୍ୟାରେ ଅଭିଷେକଙ୍କୁ ତାଙ୍କ ଘରକୁ ଡାକିଥିଲେ ଅଭିଯୁକ୍ତ ମହିଳା । ଖାଲି ସେତିକି ନୁହେ ଫୋନ୍ କରି ବାପାଙ୍କୁ ଡାକିବା ସହ ଟଙ୍କା ଧରି ଆସିବାକୁ କହିଥିଲେ । ଫୋନ୍ ପେ’ ଜରିଆରେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ୨୯ ହଜାର ଟଙ୍କା ଲୁଟି ନେଇଥିଲେ । କୌଶଳ କ୍ରମେ ଅଭିଷେକ ସେଠାରୁ ଚାଲି ଆସିଥିବା ବେଳେ ତାଙ୍କୁ ମେସେଜ୍ କରି ଟଙ୍କା ମାଗିଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ । ଏଥିରେ ଅଭିଷେକ ଶୁକ୍ରବାର ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଦମ୍ପତିଙ୍କ କାରନାମା ଜାଣିବାକୁ ପାଇଥିଲା । ତାଙ୍କ ଘରେ ଚଢ଼ାଉ କରିବା ସହିତ ଉଭୟ ପତି-ପତ୍ନୀଙ୍କୁ ରବିବାର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।