ଝିଅକୁ ୬ ମାସ ଧରି ବଳତ୍କାର କରୁଥିଲା ବାପା, ଝିଅ ଜନ୍ମ କଲା ବାପାର ପୁଅକୁ !

ସଂସ୍କାର : ଜନ୍ମ କଲା ଝିଅ ସହିତ ବାପା ରଖିଥିଲା ଶାରୀରିକ ସମ୍ପର୍କ। କମାକ୍ଷାରେ ଅନ୍ଧ ହୋଇ ନିଜ ଝିଅ ସହିତ ବାପା କରିଥିଲା ପାପ କାର୍ଯ୍ୟ । ଆଉ ଝିଅ ସହିତ ପାଖାପାଖି ୬ ମାସ ଧରି ବାପା ଦୁଷ୍କର୍ମ କରିବା ପରେ ଝିଅ ହେଲା ଗର୍ଭବତୀ। ଏପରି ଏକ ଚାଞ୍ଚଲ୍ୟକର ତଥା ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜାଲୋରରୁ।

ଜାତୀୟ ଗଣମାଧ୍ୟମ ଆଜତକ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ। ରାଜସ୍ଥାନର ଜାଲୋର ଜିଲ୍ଲାରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ଜଣେ ଶ୍ରମିକ । ସେ ଗତ ୬ମାସ ଧରି ନିଜ ଝିଅକୁ ହିଁ କରୁଥିଲା ଦୁଷ୍କର୍ମ । ଭୟ ଓ ଲୋକ ଲଜ୍ଜ୍ୟାରେ ନାବାଳିକା ଝିଅଟି କାହାକୁ କିଛି ବି କହି ନଥିଲେ। ଏପରିକି ନିଜ ମାଆକୁ ବି ଏହି ବିଷୟରେ ପାଟି ଖୋଲି କହିନଥିଲେ । ହେଲେ ଯେତେ ଏହି ରାକ୍ଷସ ପିତାର ପିଲା ନିଜ ଝିଅର ପେଟରେ ବଢ଼ିଲା ସେତେବେଳେ ସମସ୍ତ କଥା ସାମ୍ନାକୁ ଆସିଲା। ସେହି ସମୟରେ ନେଡି ଗୋଡ଼ କହୁଣୀକି ବୋହିଯାଇଥିଲା। କିନ୍ତୁ ଝିଅଟିର ମାଆ ଯାଇ ପୁଲିସ୍‌ରେ ମାମଲା ରୁଜୁ କରିଥିଲେ । ଅନ୍ୟପଟେ ଅଭିଯୁକ୍ତ ପିତା ବର୍ତ୍ତମାନ ଫେରାର ଅଛି।

ପୀଡ଼ିତା ନିଜ ମାଆଙ୍କ ସହ ଯାଇ ରାନୀୱାଡ଼ା ଥାନାରେ ପିତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ଗତ ୬ ମାସ ହେଲା ତାଙ୍କର ପିତା ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ପସ୍କୋ ଆକ୍ଟ ଅନୁସାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି । ପୁଲିସ୍‌ ଫେରାର ପିତାକୁ ଖୋଜୁଛି।

Leave a Reply

Your email address will not be published. Required fields are marked *