ନିଜର ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା ବ୍ୟାଙ୍କ ମ୍ୟାନେଜର ବାପା

ସଂସ୍କାର : ନିଜ ଔରସରୁ ଜାତ ଝିଅ ସହିତ ବାପା କରୁଥିଲା ଦୁଷ୍କର୍ମ। ଏହି ପାପ କାର୍ଯ୍ୟ ବାପା ଜଣକ ଦୀର୍ଘ ୩ ବର୍ଷ ହେଲା ଚଳାଇଥିଲେ। ଆଉ ଏହାର ଟେର୍ ପାଉନଥିଲେ ଝିଅର ମାଆ। ଝିଅର ମା ଆଖିରେ ଧୂଳି ଦେଇ ଦୀର୍ଘ ୩ ବର୍ଷ ହେଲା ନିଜ ୧୩ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଆସୁଥିଲେ ବ୍ୟାଙ୍କରେ କାର୍ଯ୍ୟରତ ଥିବା ବ୍ୟାଙ୍କ ମ୍ୟାନେଜର। କିନ୍ତୁ ତାଙ୍କର ଏହି ଲୁଚାଛପା କାମ ବର୍ତ୍ତମାନ ସର୍ବସମ୍ମୁଖରେ।

ବାପା ହୋଇବି ଭୁଲିଗଲେ ବାପାର ମର୍ଯ୍ୟାଦା । ଶେଷରେ କାମ ବାସନାରେ ଅନ୍ଧ ହୋଇ ନିଜ ଝିଅ ସହିତ ରଖିଲେ ଶାରୀରିକ ସମ୍ପର୍କ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ବିହାରରୁ। ବିହାରର ମୁଜଫରପୁର ଜିଲ୍ଲାରୁ ଏହି ଲଜ୍ଜାକର ଘଟଣା ସାମନାକୁ ଆସିଛି । ଜଣେ ବ୍ୟାଙ୍କ ମ୍ୟାନେଜର ବାପ ନିଜର ୧୩ ବର୍ଷିୟା ଝିଅକୁ ୩ ବର୍ଷ ହେଲା ଯୌନ ଶୋଷଣ କରୁଥିଲେ । ତେବେ ଝିଅ ଜଣକ ନିଜ ମାଆକୁ ଏହି ସମ୍ୱନ୍ଧରେ କହିବା ପରେ, ଝିଅ ଏବଂ ମାଆ ମିଳିତ ଭାବରେ ମହିଳା ଥାନାରେ ବ୍ୟାଙ୍କ ମ୍ୟାନେଜର ବାପାଙ୍କ ବିରୋଧରେ ଅଭିଯୋଗ କରିଲା ଝିଅ।

ଅନ୍ୟପଟେ ନାବାଳିକା ଝିଅର ଅଭିଯୋଗ କ୍ରମେ ଟାଉନ୍‌ ଡିଏସ୍‌ପି ରାମନରେଶ ପାସୱାନଙ୍କର ନିର୍ଦ୍ଦେଶରେ ଟାଉନ୍‌ ଓ ମହିଳା ଥାନା ପୁଲିସ୍‌ ମୋତିହାରି ଯାଇ ଅଭିଯୁକ୍ତ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଗିରଫ କରିଥିଲେ । ଟାଉନ୍‌ ଡିଏସ୍‌ପି ନାବାଳିକା ଓ ତାଙ୍କର ପିତା ଲକ୍ଷ୍ମଣ ଦାସଙ୍କୁ ଅଲଗା ଅଲଗା ଭାବେ ପଚରା ପଚରି କରିଥିଲେ । ତେବେ ବ୍ୟାଙ୍କ ମ୍ୟାନେଜର ନିଜର ଝିଅକୁ ଯୌନ ଶୋଷଣ କରିବା ଅଭିଯୋଗକୁ ସତ ବୋଲି କହିବା ପରେ, ଅଭିଯୋଗକୁ ଭିର୍ତ୍ତି କରି ପୋଲିସ୍ ତାକୁ ଜେଲ୍‌ ପଠାଇ ଦେଇଛି।

ପୀଡ଼ିତା ନାବାଳିକା ପୁଲିସ୍‌କୁ କହିଛନ୍ତି ଯେ, ତାଙ୍କ ପିତା ତାଙ୍କ ସହ ୩ ବର୍ଷ ଧରି ଏମତି ନାରକୀୟ କାଣ୍ଡ କରୁଥିଲେ । ଧମକ ଦେଉଥିଲେ । ସେ ଚୁପଚାପ ସବୁ ସହିଯାଉଥିଲେ । ଶେଷରେ ଏସବୁ କଥା ତାଙ୍କ ମାଆ ଜାଣି ପାରିଲେ । ପୂରା ଘଟଣା ଝିଅ ଠାରୁ ଜାଣି ସାରିବା ପରେ ତାଙ୍କୁ ନେଇ ଥାନାରେ ପହଞ୍ଚିଲେ ଓ ଏତଲା ଦେଲେ । ଏହି ମାମଲାରେ ମହିଳା ଥାନା ଅଧିକାରୀ ସମ୍ୱେଦନା କୁମାରୀ କହିଛନ୍ତି କି ନାବାଳିକାଙ୍କର ମେଡିକାଲ ଟେଷ୍ଟ କରାଯାଇଛି । ଏବେ ଜେରା କରାଯାଇ ଆଗକୁ ପଦକ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *