ହରିଣକୁ ଗୋଟା ଗିଳି ଦେଲା ବିଶାଳକାୟ ଅଜଗର, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ

ସଂସ୍କାର: ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ଗୋଟିଏ ମାଂସହାରୀ ବନ୍ୟଜନ୍ତୁ ଅନ୍ୟ ଏକ ବନ୍ୟପ୍ରାଣୀକୁ ଖାଉଥିବାର। ଆଉ ଏହାରି ମଧ୍ୟରେ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡ଼ିଓଟି ଏକ ବିଶାଳକାୟ ଅଜଗର ସାପର। ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଯେ, ଏହି ବିଶାଳ ସାପ ଏକ ଶାକାହାରୀ ପ୍ରାଣୀ ହରିଣକୁ ଖାଉଛି।

ଜୀଅନ୍ତା ହରିଣକୁ ଗିଳିଦେଲା ବିଶାଳକାୟ ଅଜଗର। ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଭାବେ ହରିଣକୁ ଗୋଟା ଗିଳିଦେଲା ଅଜଗର। ଆଉ ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ୍ ହେଉଥିବା ଘଟଣାଟି ରାଜସ୍ଥାନର ବାରନ ଜିଲ୍ଲାର ବୋଲି ଜଣାପଡିଛି। ରାଜସ୍ଥାନର ଲାଲାପୁରା ସଂରକ୍ଷତି ଜଙ୍ଗଲରେ ଅଜଗରର ଶିକାର କରୁଥିବା ଏକ ହରିଣର ଭିଡିଓ ବୁଧବାର ସକାଳେ ସୁଟ୍‌ ହୋଇଥିବା କୁହାଯାଉଛି। ଆଉ ସଂଗେ ସଂଗେ ଜଣେ ବନ କର୍ମଚାରୀ ଏହି ଭିଡ଼ିଓକୁ ନିଜର ସୋସିଆଲ୍ ମିଡିଆରେ ଅପଲୋଡ଼ କରିବା ପରେ ତାହା ଭାଇରାଲ୍ ହୋଇଯାଇଛି।

୩୪ ସେକେଣ୍ଡର ଏହି ଭିଡିଓରେ ଗୋଟିଏ ୮ ଫୁଟିଆ ଅଜଗର ଏକ ହରିଣକୁ ଗୋଟା ଗିଳିବାର ଦେଖିବାକୁ ମିଳିଛି। ଏତେ କମ ସମୟ ମଧ୍ୟରେ ସାପଟି ହରିଣଟିକୁ ଗିଳି ଦେଇଛି ଯେ ଦେଖଣାହାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ହରିଣକୁ ସମ୍ପୂର୍ଣ୍ଣ ଗିଳି ଦେବା ପରେ ଅଜଗର ସେଠାରେ ନରହି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଘଟଣାସ୍ଥଳରେ ବନ ବିଭାଗର କିଛି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ନିଜ ମୋବାଇଲରେ ସମସ୍ତ ଘଟଣା ସୁଟ୍‌ କରିନେଇଥିଲେ।

Leave a Reply

Your email address will not be published. Required fields are marked *