ଅନୈତିକ ସମ୍ପର୍କ କାରଣରୁ ସ୍ତ୍ରୀର ପ୍ରାଇଭେଟ ପାର୍ଟକୁ ଛୁଞ୍ଚି ସୁତାରେ ସିଲେଇ କରିଦେଲେ ସ୍ୱାମୀ, ତାପରେ…

ସଂସ୍କାର : ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚି ସୁତାରେ ସିଲେଇ କରିଦେଲେ ସ୍ୱାମୀ । କାରଣ ସ୍ୱାମୀର ସନ୍ଦେହ ଥିଲା ଯେ, ସ୍ତ୍ରୀ ରଖୁଛି ଅନ୍ୟ ପୁରୁଷ ସହ ଶାରୀରିକ ସମ୍ପର୍କ। ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରୁ ଆସିଛି ଏଭଳି ଏକ ଲଜ୍ୟାଜନକ ଖବର।

ଏଠାରେ ଜଣେ ବିବାହିତ ମହିଳାଙ୍କୁ ଦଣ୍ଡ ଦେଇଛନ୍ତି ତାଙ୍କର ସ୍ୱାମୀ। ଅନୈତିକ ସମ୍ପର୍କ ପାଇଁ ଅମାନସିକ ବର୍ବରତାର ସାମ୍ନା କରିଛନ୍ତି ମହିଳା। ଏଭଳି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇ ଛିଡ଼ା ହୋଇଥିଲା ଅନୈତିକ ସମ୍ପର୍କ। ତେବେ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀର ଯୌନାଙ୍ଗକୁ ଛୁଞ୍ଚି ସୁତାରେ ସିଲେଇ କରିଦେଲେ ସ୍ୱାମୀ। ସେପଟେ ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରିଛି।

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ସିଙ୍ଗରୋଲିର ଅତିରିକ୍ତ ଏସପି ଅନିଲ ସୋନକର କହିଛନ୍ତି ଯେ, ଏହି ମାମଲା ଜିଲ୍ଲାର ମାଡା ପୋଲିସ ଷ୍ଟେସନ ଅଞ୍ଚଳର। ସେଠାରେ ରହୁଥିବା ଜଣେ ମହିଳା ତାଙ୍କ ସ୍ୱାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ପୀଡିତାଙ୍କ ଅନୁଯାୟୀ ଅନ୍ୟ ଜଣେ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ ତାଙ୍କ ସ୍ୱାମୀଙ୍କୁ ଏତେ ମାତ୍ରାରେ ଅନ୍ଧ କରିଦେଇଛି ଯେ ସେ ତାଙ୍କ ବ୍ୟକ୍ତିଗତ ଅଂଶକୁ ଛୁଞ୍ଚି ଓ ସୂତାରେ ସିଲେଇ କରିଛନ୍ତି। ମହିଳାଙ୍କ ଅଭିଯୋଗ ଉପରେ ପୋଲିସ ତାଙ୍କ ସ୍ୱାମୀଙ୍କ ବିରୋଧରେ ଗୁରୁତର ମାମଲା ରୁଜୁ କରିଛି। ତେବେ ବର୍ତ୍ତମାନ ମହିଳାଙ୍କ ଅଭିଯୁକ୍ତ ସ୍ୱାମୀ ଫେରାର ରହିଛନ୍ତି।

Leave a Reply

Your email address will not be published. Required fields are marked *