ପର୍ଣ୍ଣ ୱେବସାଇଟରେ ସ୍ତ୍ରୀକୁ ଦେଖି ସ୍ୱାମୀ ଆଶ୍ଚର୍ଯ୍ୟ , ସ୍ତ୍ରୀ ରଖିଥିଲା ଅନେକ ପୁରୁଷ ସହିତ ପାପ ସମ୍ପର୍କ

ସଂସ୍କାର: ପତି-ପତ୍ନୀଙ୍କ ସମ୍ପର୍କଙ୍କୁ ସୁଦୃଢ ରଖିବାକୁ ହେଲେ ବିଶ୍ୱାସ ହିଁ ଏକମାତ୍ର ଉପାୟ। ଥରେ ଭୁଲ୍ ବଶତଃ ବିଶ୍ଵାସ ଭାଙ୍ଗିଗଲେ ତାହା ପୁଣି ଯୋଡି ହୋଇଯାଏ। କିନ୍ତୁ ବିଶ୍ୱାସ ବାରମ୍ବାର ଭାଙ୍ଗିଲେ ତାହାକୁ ଦ୍ଵିତୀୟ ଥର ପାଇଁ ଯୋଡିବା ଅତ୍ୟନ୍ତ କଷ୍ଟସାଧ୍ୟ। ଏପରି ହିଁ ଏକ ଘଟଣା ଘଟିଛି ବ୍ରିଟେନରେ। ଏଠାରେ ଜଣେ ୪୭ ବର୍ଷୀୟ ମହିଳା ନିଜର ସ୍ୱାମୀଙ୍କୁ ବାରମ୍ବାର ଧୋକା ଦେଇଆସୁଥିଲେ। ସ୍ୱାମୀ ମଧ୍ୟ ନିଜର ସ୍ତ୍ରୀର କାର୍ଯ୍ୟକଳାପ ଉପରେ ସନ୍ଦେହ କରୁଥିଲେ। ଆଉ ଦିନେ ସବୁ ସତକଥା ପଦାକୁ ଆସିଗଲା। ସ୍ତ୍ରୀର ସମସ୍ତ କଳା କାରନାମା ସ୍ୱାମୀ ନଜରକୁ ଆସିଗଲା।

ସୂଚନା ଅନୁସାରେ, ବ୍ରିଟେନ୍‌ରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏଠାରେ ଜଣେ ୫୦ ବର୍ଷିୟ ବ୍ୟକ୍ତି ନିଜର ୪୭ ବର୍ଷିୟା ସ୍ତ୍ରୀଙ୍କର ଅଶ୍ଳୀଳ ୱେବସାଇଟ୍‌ରେ ପ୍ରୋଫାଇଲ୍ ଦେଖି ଚମକି ପଡ଼ିଛନ୍ତି। ତାଙ୍କ ଗୋଡ଼ ତଳୁ ମାଟି ଖସି ଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତିଙ୍କର ବିବାହ ୧୯ ବର୍ଷ ପୂର୍ବେ ହୋଇଥିଲା । ଆଉ ଗତ ୧୫ ବର୍ଷ ହେବ ସ୍ୱାମୀଙ୍କୁ ଧୋକା ଦେଇ ଆସୁଥିଲେ ସ୍ତ୍ରୀ। ସ୍ୱାମୀ ଜଣକ ଜାଣିନଥିଲେ ଯେ ତାଙ୍କ ପତ୍ନୀ ତାଙ୍କୁ ଧୋକା ଦେଉଛନ୍ତି । ସେ ଅନ୍ୟ ପୁରୁଷ ସହ ସମ୍ୱନ୍ଧ ରଖିବାକୁ ଚାହୁଁଛନ୍ତି । ତେଣୁ ସେ ପର୍ଣ୍ଣ ୱେବସାଇଟରେ ନିଜର ପ୍ରୋଫାଇଲ ତିଆରି କରିଥିଲେ। ଆଉ ପର୍ଣ୍ଣ ୱେବସାଇଟରୁ ମଧ୍ୟ ଭଲ ପଇସା ରୋଜଗାର କରୁଥିଲେ ସେହି ମହିଳା।

ଏହି ବ୍ୟକ୍ତି ଜଣଙ୍କ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ଲାଗୁଛି କି ବୋଧହୁଏ ତାଙ୍କର ପତ୍ନୀ ତାଙ୍କ ଠାରୁ ଖୁସି ପାଉ ନାହାନ୍ତି । ତେଣୁ ସେ ଏହିପରି କାମ କରୁଛନ୍ତି। ଦୁଇ ମାସ ତଳର ଏକ କଥାକୁ ସେ ଦୋହରାଇଛନ୍ତି। ସେ କହିଛନ୍ତି ଯେ, ୨ମାସ ପୂର୍ବେ ଜଣେ ମେକାନିକ୍‌ କୌଣସି କାମରେ ତାଙ୍କ ଘରକୁ ଆସିଥିଲା । ତାଙ୍କର ବୟସ ପାଖାପାଖ ୩୦ ବର୍ଷ ହେବ । ସେ ଖୁବ୍‌ ଫିଟ୍‌ ଥିଲା। ତାଙ୍କ ପତ୍ନୀ ବାରମ୍ୱାର ତାଙ୍କୁ ଦେଖୁ ଥିଲେ ଆଉ ତାଙ୍କୁ ଖୁବ୍‌ ଆଗ୍ରହର ସହ ଚା , ଜଳଖିଆ ଦେଉଥିଲେ । ଏହି ବ୍ୟକ୍ତି କହିଛନ୍ତି କି ସେ ସେହି ଦିନ ପ୍ରଥମେ ନିଜ ସ୍ତ୍ରୀଙ୍କୁ ସନ୍ଦେହ କରିଥିଲେ। 

ତେବେ ତାଙ୍କ ପତ୍ନୀଙ୍କର ପ୍ରକୃତ ରହସ୍ୟ ତାଙ୍କର ଟାବଲେଟ୍‌ରୁ ଜଣାପଡ଼ିଥିଲା ବୋଲି ଏହି ବ୍ୟକ୍ତି କହିଛନ୍ତି। ଦିନେ ସେ ଲୁଚେଇ ତାଙ୍କ ପତ୍ନୀଙ୍କର ଟାବ୍‌ଲେଟ୍‌ ନେଇ ଯାଇଥିଲେ ଆଉ ସେଥିରୁ ଦେଖିବାକୁ ପାଇଲେ କି ତାଙ୍କର ପତ୍ନୀ ଅଶ୍ଳୀଳ ୱେବ୍‌ସାଇଟ୍‌ରେ ନିଜର ଏକ ପ୍ରୋଫାଇଲ୍‌ ତିଆରି କରିଛନ୍ତି। ଆଉ ସେ ଏହା ମାଧ୍ୟମରେ ୩୦ ଜଣ ଲୋକଙ୍କ ସହ କଥା ହେଉଥିଲେ । ସେମାନେ ସ୍ତ୍ରୀଙ୍କ ଠାରୁ ବୟସରେ ଖୁବ୍‌ ଛୋଟ ଥିଲେ । ବ୍ୟକ୍ତି ଜଣଙ୍କ କହିଛନ୍ତି ,ତାଙ୍କର ନିଜ ପତ୍ନୀଙ୍କ ଉପରେ ଖୁବ୍‌ ଭରସା ଥିଲା । ପ୍ରଥମେ ସେ ତ ସେ ଭାବି ପାରିଲେନି ଯେ ତାଙ୍କୁ ପତ୍ନୀ ଧୋକା ଦେଇ ପାରନ୍ତି । କିନ୍ତୁ ସତକୁ କଣ ଲୁଚାଇ ହେବ। ତେବେ ସ୍ତ୍ରୀର ଏହି କାର୍ଯ୍ୟରେ ଅତିଷ୍ଠ ହୋଇ ସ୍ୱାମୀ ଜଣକ ବର୍ତ୍ତମାନ ଛାଡପତ୍ର ଦେବାକୁ ଭାବୁଛନ୍ତି।

Leave a Reply

Your email address will not be published. Required fields are marked *