ସଂସ୍କାର :- ଗାଁ ଦାଣ୍ଡରେ ରସିକିଆ ପ୍ରେମିକକୁ ଗୋଡ଼ ହାତ ବାନ୍ଧି ମାଡ଼। ମାଡ଼ ମାରିଲେ ପ୍ରେମିକାର ଭାଇ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁରଦାବାଦ ଜିଲ୍ଲାରେ। ତେବେ ଘଟଣାକ୍ରମ ଏହା ଯେ, ମୁରଦାବାଦର ଭୋଜପୁରରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ଘରୁ ଫେରାର୍ ହୋଇଯାଇଥିଲେ। ଏହି କାରଣରୁ ପ୍ରେମିକାର ଭାଇ ସେହି ଯୁବକକୁ ଖୋଜି ଖୋଜି କିଛି ଯୁବକଙ୍କୁ ସାଙ୍ଗରେ ନେଇ ଗଛରେ ଓଲଟାଇ ଟାଙ୍ଗିଆରେ ପିଟିପିଟି ହତ୍ୟା କରିଥିଲେ।
ପୀଡିତା ଯୁବକ ତାଙ୍କ ଭୁଲ୍ ପାଇଁ କ୍ଷମା ଭିକ୍ଷା ମାଗୁଥିଲେ, କିନ୍ତୁ ପ୍ରେମିକାର ଭାଇ ଶୁଣିଲେ ନାହିଁ। ଏହି ଘଟଣାକୁ କିଛି ଲୋକ ଦେଖିବା ପରେ ଆହତ ଯୁବକଙ୍କୁ ମୋରାଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। । ମାତ୍ର ଯୁବକ ଜଣକ ସେତେବେଳେକୁ ପ୍ରାଣତ୍ୟାଗ କରିସାରିଥିଲେ।
ତେବେ ମୋରାଦାବାଦ ଏସପି କହିଛନ୍ତି ଯେ ଏକ ଭାଇରାଲ ଭିଡିଓ ତାଙ୍କ ନଜରକୁ ଆସିଛି। ଯେଉଁଥିରେ ଜଣେ ଯୁବକଙ୍କୁ କିଛି ଯୁବକ ମାଡ଼ ମାରିଛନ୍ତି। ଭାଇରାଲ ଭିଡିଓକୁ ଜାଣି ଭୋଜପୁର ପୋଲିସ ଏକ ମାମଲା ରୁଜୁ କରିଛି। ଏଥିସହ ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି।