ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ ; ଛାତ୍ରୀଙ୍କ ସହିତ କରୁଥିଲେ ଅସଦାଚରଣ

ସଂସ୍କାର : କଲେଜ ପଢୁଆ ଛାତ୍ରୀଙ୍କୁ ଅସଦାଚରଣ କଲେ ରସିକିଆ ଅଧ୍ୟାପକ। ଆଉ ତାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଭିଡ଼ିଓ ଭାଇରାଲ୍ ହେବା ପରେ ଗିରଫ ହୋଇଛନ୍ତି ଅଧ୍ୟାପକ ଏବଂ ଛାତ୍ରୀ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜରେ । ଟ୍ୟୁସନ ଦେବା ବାହାନାରେ ଛାତ୍ରୀଙ୍କ ସହିତ ଅଧ୍ୟାପକ କରୁଥିଲେ ଅସଦାଚରଣ । ସୂଚନା ମୁତାବକ, ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଟ୍ୟୁସନ କରିବା ବାହାନାରେ ନିଜ ଘରେ ଅସଦାଚରଣ କରିଥିଲେ ।

ତେଣୁ ଛାତ୍ରୀ ଜଣକ ଉକ୍ତ କଲେଜର ଅଧ୍ୟାପିକା ସତ୍ୟବତୀ ଶତପଥୀଙ୍କୁ ଅଧ୍ୟାପକଙ୍କ ଏହି କାଣ୍ଡ ବିଷୟରେ ଅବଗତ କରାଇଥିଲେ । ଆଉ ଅଧ୍ୟାପିକା ମହୋଦୟା ଭିଡିଓ କରି ଆଣିବାକୁ ଛାତ୍ରୀଙ୍କୁ କହିଥିଲେ । ଛାତ୍ରୀ ଜଣକ ଭିଡିଓ କରିଆଣିବା ପରେ ଅଧ୍ୟାପିକା ମହୋଦୟା ଜଣେ ପୁରାତନ ଛାତ୍ର ଆଦିତ୍ୟ ଉପାଧ୍ୟାୟଙ୍କୁ ଡାକି ଭିଡିଓ ଡାଉନଲୋଡ କରାଇଥିଲେ । ତେବେ କିଛି ଦିନ ପରେ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା । କଲେଜର ସମସ୍ତ ଛାତ୍ରଛାତ୍ରୀ ଆଉ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମୋବାଇଲ ସମେତ ସମଗ୍ର ରାଜ୍ୟରେ ମଧ୍ୟ ଏହି ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଥିଲା।

ଏ ସଂକ୍ରାନ୍ତରେ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଅଧ୍ୟାପକକୁ ଗତ ଜୁନ୍ ୨୬ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଭିଡିଓ କେମିତି ଭାଇରାଲ ହେଲା ତାହାର ତଦନ୍ତ କରି ପୋଲିସ ଅଧ୍ୟାପିକା ସତ୍ୟବତୀ ଶତପଥୀ ଓ ପୁରାତନ ଛାତ୍ର ଆଦିତ୍ୟ ଉପାଧ୍ୟାୟଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *