ସଂସ୍କାର : ଆମ ପୃଥିବୀ ପୃଷ୍ଠରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠି ଅନେକ ବିଚିତ୍ର। ଆଉ ଆଜିର ବିଜ୍ଞାନ ଯୁଗରେ ଅନେକ ବିଚିତ୍ର ଜିନିଷ ସୃଷ୍ଟି କରୁଛନ୍ତି ଆମ ମନୁଷ୍ୟ ସମାଜ। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଏହି ବିଚିତ୍ର ଘଟଣାଟି ଘଟିଛି ଇଟାଲୀରେ। ଇଟାଲୀ ରେ ଏପରି ଗୋଟିଏ ଗ୍ରାମ ରହିଛି ଯେଉଁଠି ୩ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହୋଇନଥାନ୍ତି। ଅର୍ଥାତ୍ ତିନି ମାସ ସୂର୍ଯ୍ୟଙ୍କ କିରଣର ଆନନ୍ଦ ନେଉନଥିଲେ ଏଠାକାର ବାସିନ୍ଦା। କିନ୍ତୁ କୁହାଯାଏ ଯେ ଆବିଷ୍କାର ହିଁ ଆବଶ୍ୟକତାର ଜନନୀ । କିଛି ଏହିଭଳି ଦେଖିବାକୁ ମିଳିଥିଲା ଏହି ଗ୍ରାମ ରେ ଲୋକମାନେ ଆଲୋକ ପାଇବା ପାଇଁ ତିଆରି କଲେ ଆର୍ଟିଫିଶିଆଲ୍ ବା କୃତିମ ସୂର୍ଯ୍ୟ ।
ଇଟାଲୀ ର ଏହି ଗ୍ରାମର ନାମ ହେଉଛି ବିଗନେଲା , ଯାହା ଇଟାଲୀ ଦେଶର ଉତ୍ତର ଦିଗରେ ଅବସ୍ଥିତ । ଏହି ଗ୍ରାମଟିର ଚାରି ପାଖରେ ପାହାଡ ଓ ଜଙ୍ଗଲ ଘେରି ହୋଇ ରହିଛି। ତେଣୁ ଖାସ୍ କରି ଶୀତ ଋତୁରେ ନଭେମ୍ବର ରୁ ନେଇ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟଙ୍କ ଆଲୋକ ଦେଖିବାକୁ ମିଳି ନଥାଏ ଓ ଗାଁ ଟି ଅନ୍ଧାରରେ ରହିଥାଏ । ଏହି ଗ୍ରାମର ଲୋକମାନେ ୨୦୦୬ ରେ ୧,୦୦, ୦୦୦ ୟୁରୋ ବିନିମୟରେ ୮ମିଟର ଲମ୍ବା ଓ ୫ ମିଟର ଚଉଡ଼ା ର ଗୋଟିଏ ଷ୍ଟିଲ ପ୍ଲେଟ ନିର୍ମାଣ କଲେ ।
ଯାହା ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ିବା ଦ୍ଵାରା ସାରା ଗ୍ରାମ ଆଲୋକିତ ହୋଇଗଲା । ସୂର୍ଯ୍ୟଙ୍କ ମାର୍ଗ ଅନୁସରଣ କରିବା ପାଇଁ ଏହାକୁ କମ୍ପ୍ୟୁଟର ସହିତ ଯୋଡ଼ଗଲା । ସେହି ଗ୍ରାମର ମେୟର କହିଥିଲେ ଯେ “ଏହା ଆମ ପାଇଁ ଖୁବ୍ କଷ୍ଟ ଦାୟକ ଥିଲା । କାରଣ ସବୁ ଜିନିଷ ଯୋଗାଡ଼ କରିବା , ଯାନ୍ତ୍ରିକ ସୁବିଧା ଉପଲବ୍ଧ ହେବା ଓ ସବୁଠୁ ବଡ଼ କଥା ହେଲା ଅର୍ଥ ଯୋଗାଡ । ବୈଜ୍ଞାନିକ ମାନେ କହିଛନ୍ତି ଯେ ଏହି ଷ୍ଟିଲ ଦର୍ପଣ ଦ୍ଵାରା ଗ୍ରାମବାସୀଙ୍କୁ ଆଲୋକ ମିଳି ପାରିଲା ତାହା ହେଉଛି ସବୁଠୁ ବଡ଼ କଥା । ଏହି ଷ୍ଟିଲ ଦର୍ପଣ ସହାୟତା ରେ ଗ୍ରାମ ବାସୀଙ୍କୁ ୬ ଘଣ୍ଟା ଧରି ସୂର୍ଯ୍ୟଙ୍କ କିରଣ ମିଳି ପାରୁଛି।