ସଂସ୍କାର: ବଲିଉଡର ମାହୋଲ ବର୍ତ୍ତମାନ ଖୁବ୍ ଗରମ ରହିଛି। ମାତ୍ର ଏହି ଗରମ କୌଣସି ଫିଲ୍ମ ପାଇଁ ନୁହଁ, ବରଂ କିଙ୍ଗ୍ ଖାନ୍ ଶାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ। କାରଣ ସେ ଜାହାଜ ମଧ୍ୟରେ ଡ୍ରଗ୍ସ ପାର୍ଟି କରୁଥିବା ବେଳେ ଏନସିବି ଦ୍ୱାରା ଗିରଫ ହୋଇଛନ୍ତି। ତେବେ ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ ବୋଲି ଏନସିବି ସ୍ପଷ୍ଟ କରିଛି। କିନ୍ତୁ ଆମ ଓଡ଼ିଆରେ ଗୋଟେ କଥା ନାହିଁ :- ଚୋର ସହିତ ଯିଏ ଯାଇଥିବା ସେ ଚୋରି ନ କରିଥିଲେ ମଧ୍ୟ ତାକୁ ଚୋର ହିସାବରେ ଗଣାଯିବ। ଠିକ୍ ସେହିପରି ଆର୍ଯ୍ୟନ ଖାନଙ୍କ କେସ୍ ରେ ଦେଖିବାକୁ ମିଳିଛି।
ତେବେ ଆର୍ଯ୍ୟନ ଖାନ୍ ସିନା ଡ୍ରଗ୍ସ ନେଇନଥିଲେ କିନ୍ତୁ ତାଙ୍କର ଜଣେ ଘନିଷ୍ଠ ଯୁବତୀ ସାଙ୍ଗ ତଥା ବଲିଉଡରେ ନାମ କମେଇବା ପାଇଁ ଆସିଥିବା ଜଣେ ମଡେଲ୍ ଡ୍ରଗ୍ସ ନେଇଥିଲେ। ଆଉ ଏହି ଜାହାଜ ପାର୍ଟିକୁ ମଡେଲ୍ ଜଣକ ଯେପରି ଭାବରେ ଡ୍ରଗ୍ସ ନେଇଥିଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , ଆର୍ଯ୍ୟନଙ୍କ ଏହି ଘନିଷ୍ଠ ବାନ୍ଧବୀ ମଡେଲ ଜଣକଙ୍କ ନାମ ହେଲା ମୁନମୁନ ଧମେଚା। ସେ ନିଜର ସାନିଟାରୀ ପ୍ୟାଡରେ ଏହି ପାର୍ଟିକୁ ଡ୍ରଗ୍ସ ନେଇଥିଲେ। ଆଉ ଯେତେବେଳେ ଆର୍ଯ୍ୟନ ଖାନ୍ ଏହା ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି। ତେବେ ଆପଣମାନେ ଜାଣିଥିବେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କ ସମେତ ୨୫ ଜଣଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଥିବା ବେଳେ ମୁନମୁନ ମଧ୍ୟ ଏହି ଗିରଫ ତାଲିକାରେ ଅଛନ୍ତି। ବର୍ତ୍ତମାନ ମୁନମୁନକୁ ବାଇକୁଲା ମହିଳା ଜେଲରେ ରକାହାଯାଇଥିବା ସୂଚନା ରହିଛି। ନିକଟରେ ଏକ ଭାଇରାଲ ଭିଡିଓରେ ମୁନମୁନ ନିଜ ସାନିଟାରୀ ନାପକିନ ମଧ୍ୟରେ ଡ୍ରଗ୍ସ ଲୁଚାଇଥିବା ଦେଖିବାକୁ ମିଳିଛି ।