ସଂସ୍କାର : ଶିକ୍ଷୟିତ୍ରୀଙ୍କ ଶାରୀରିକ ଭୋକର ଶିକାର ହେଲେ ୧୪ ବର୍ଷୀୟ ଛାତ୍ର। ନିଜର ଶାରୀରିକ ତୃଷ୍ଣାକୁ ମେଣ୍ଟାଇବା ପାଇଁ ୧୪ ବର୍ଷୀୟ ନିରୀହ ଛାତ୍ରକୁ ଦୁଷ୍କର୍ମ କଲେ ଶିକ୍ଷୟିତ୍ରୀ। ଜଣେ ଶିକ୍ଷୟିତ୍ରୀଙ୍କ ଏପରି ଲଜ୍ଜାଜନକ କାର୍ଯ୍ୟ ବର୍ତ୍ତମାନ କାଲିଫର୍ନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପିଲାଟିକୁ ପାଠ ପଢେଇବା ନାମରେ ଏପରି ଏକ ଘୁର୍ଣ୍ୟ କାର୍ଯ୍ୟ ଶିକ୍ଷୟିତ୍ରୀ ଜଣକ କରିଛନ୍ତି ଯାହା ସମ୍ମାନିତ ଶିକ୍ଷକଙ୍କ ମାନ୍ୟତାକୁ କ୍ଷୁର୍ଣ୍ଣ କରିଛି । କାଲିଫର୍ନିଆର ଜଣେ ୩୯ ବର୍ଷୀୟ ବିବାହିତ ଶିକ୍ଷୟିତ୍ରୀ ନିଜର ଯୌନ ଭୋକ ମେଣ୍ଟଇବାକୁ ଯାଇ ୧୪ ବର୍ଷର ଛାତ୍ର ସହିତ ଶାରୀରିକ ସମ୍ପର୍କ ରଖି ଗିରଫ ହୋଇଛନ୍ତି।
ସୂଚନ ଅନୁଯାୟୀ, ୩୯ ବର୍ଷିୟ ଶିକ୍ଷକ କ୍ରିଷ୍ଟାଲ ଜ୍ୟାକସନ କାଲିଫର୍ନିଆର ମାଉଣ୍ଟେନ୍ ଭ୍ୟୁ ଇଣ୍ଡିପେଣ୍ଡେଣ୍ଟ ବିଦ୍ୟାଳୟରେ ଫ୍ରିଲାନ୍ସ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ସେ ନିଜ ସ୍କୁଲର ଜଣେ ୧୪ ବର୍ଷୀୟ ଛାତ୍ର ସହିତ ଦୁଷ୍କର୍ମ କରିଥିଲେ । ଗୋଟିଏ ଥର ନୁହେଁ ବରଂ ତିନି ଥର ଦୁଷ୍କର୍ମ କରିଛନ୍ତି ଫ୍ରିଲାନ୍ସ ଶିକ୍ଷୟିତ୍ରୀ। ତେବେ କ୍ରିଷ୍ଟାଲ ପ୍ରଥମେ ଛାତ୍ରଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ, ଓ ପରେ ତାଙ୍କ ସହିତ ଯୌନ ସମ୍ପର୍କ ରଖିଥିଲେ।
ତେବେ ଗୋଟିଏ ବର୍ଷ ପରେ କ୍ରିଷ୍ଟାଲ ଜ୍ୟାକସନ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ସ୍ଥାନୀୟ ପୋଲିସ୍ ଗିରଫ କରିଛି। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ଘଟଣା ସମ୍ପର୍କ ସ୍ଥାନୀୟ ପୋଲିସ କହିଛି ଯେ ପିଲାଟି ସୁରକ୍ଷିତ ଅଛି, ହେଲେ ସନ୍ଦେହ କରାଯାଉଛି ଯେ ଏହି ଶିକ୍ଷୟତ୍ରୀ ଆଗରୁ ଆଉ କେତେ ଛାତ୍ରଙ୍କ ସହିତ ଏପରି କରିଥାଇ ପାରନ୍ତି ।