ସଂସ୍କାର : ଆଜିର ବ୍ୟସ୍ତବହୁଳ ସମୟରେ ଅନେକ ଲୋକେ ଢାବା କିମ୍ବା ହୋଟେଲରେ ଖାଇବାକୁ ପସନ୍ଦ କରନ୍ତି। କାରଣ କାହାରିକୁ ବି ସମୟ ନାହିଁ ଯେ ସେମାନେ ଘରେ ରୋଷେଇ କରି ଖାଦ୍ୟ ଖାଇପାରିବେ। ଅନ୍ୟପଟେ ଢାବା କିମ୍ବା ହୋଟେଲ ଖାଦ୍ୟରେ ଥାଏ ଟେଷ୍ଟ ଟିକିଏ ଅଲଗା ଟେଷ୍ଟ। ହେଲେ ଏହି ଢାବା ଖାଦ୍ୟକୁ ନେଇ ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଢାବା ଖାଦ୍ୟ ବର୍ତ୍ତମାନ ବିଷାକ୍ତ ପାଲଟିଛି । ଅନ୍ୟପଟେ ଢାବା ଖାଦ୍ୟ ବିଷାକ୍ତ ହେବାର କାରଣ ଜାଣିଲେ ଆପଣଙ୍କର ମଧ୍ୟ ହୋସ୍ ଉଡିଯିବ। ଆଉ ଯଦି ଢାବାରେ ତନ୍ଦୁରୀ ରୁଟି ଖାଉଛନ୍ତି, ତାହାଲେ ହୋଇଯାଆନ୍ତୁ ସାବଧାନ।
କାରଣ ଆପଣଙ୍କର ଏହି ତନ୍ଦୁରୀ ରୁଟି ବର୍ତ୍ତମାନ ଜହର ହୋଇଯାଇଛି। ଗାଜିଆବାଦର ହୋଟେଲର ଏଦି ଦୃଶ୍ୟ ଦେଖିଲେ ପାଦ ତଳୁ ଖସିଯାଇପାରେ ମାଟି। ଆଉ ଯଦି ଦେଖିନାହଁନ୍ତି ତାହେଲେ ଦେଖନ୍ତୁ ଏହି ଭିଡିଓ। ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ କିପରି ଜଣେ ରୋଷେୟା ଛେପ ପକାଇ ତନ୍ଦୁରୀ ରୋଟି ସେକୁଛନ୍ତି। ତେବେ ଏହି ଭାଇରାଲ୍ ହେଉଥିବା ଭିଡିଓଟି ନାଗର କୋଟୱାଲୀ ଅଞ୍ଚଳର ବୋଲି ଜଣାପଡ଼ିଛି।
ଏହାକୁ ଜଣେ ୟୁଜର ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ତେବେ ଭିଡିଓଟି ଭାଇରାଲ ହେବା ପରେ କୋଟୱାଲୀ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାମଲା ରୁଜୁ କରିଥିଲା । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ନାଗର କୋଟୱାଲିର ସିଭିଲ୍ ଲାଇନ୍ ଆଉଟପୋଷ୍ଟ ଦାୟିତ୍ୱରେ ଥିବା ଶିଶୁପାଲ ସୋଲାଙ୍କି କହିଛନ୍ତି ଯେ ଅଭିଯୁକ୍ତଙ୍କ ନାମ ତାମିଜୁଦ୍ଦିନ ଏବଂ ସେ ବିହାର କିଶାନଗଞ୍ଜର ।
ସେ ଏଠାରେ ପଞ୍ଚାବତୀର ଅହିମସା ଭାଟିକାରେ ଅବସ୍ଥିତ ଚିକେନ୍ ପଏଣ୍ଟରେ ତନ୍ଦୁରୀ ରୁଟି ତିଆରି କରୁଥିଲେ । ସେ କହିଛନ୍ତି ଯେ ତାମିଜୁଦ୍ଦିନଙ୍କ ସହ ଢାବା ସଂଚାଳକ ସାଦାଭ ଓ ସାହିଲଙ୍କ ବିରୋଧରେ ଅଭିଯୋଗ ହୋଇଛି ବୋଲି ହିନ୍ଦୁ ରକ୍ଷା ଦଳର ରାଜ୍ୟ ସଂଯୋଜକ ଗୌରବ କହିଛନ୍ତି । ତେବେ ଭିଡିଓଟି ଦୁଇ ଦିନ ପୁରୁଣା ବୋଲି କୁହାଯାଇଛି ।