ସ୍ୱାମୀର ପ୍ରାଇଭେଟ୍ ପାର୍ଟକୁ ଛୁରୀରେ କାଟିଦେଲା ସ୍ତ୍ରୀ, ଆଉ ତାପରେ….

ସଂସ୍କାର : ପ୍ରଥମେ ନିଜ ସ୍ୱାମୀକୁ ଖାଦ୍ୟରେ ବିଷ ମିଶାଇଲା ଓ ପରବର୍ତ୍ତୀ ସମୟରେ ତାର ଯୌନାଙ୍ଗକୁ ଛୁରୀରେ କାଟିଦେଲା ସ୍ତ୍ରୀ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିହାରର ପାଟଣାର ଏକ ବ୍ୟକ୍ତି ନିଜର ସ୍ତ୍ରୀ ନାମରେ।

ସୂଚନାଯୋଗ୍ୟ ଯେ, ବିହାରର ରାଜଧାନୀ ପାଟଣାର ଦାନାପୁରର ଫୁଲୱାରିଶରିଫ ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀଙ୍କ ଘରୋଇ ବିବାଦ ବର୍ତ୍ତମାନ ଅପରାଧରେ ପରିଣତ ହୋଇଛି। ପାରିବାରିକ କଳହ ହେତୁ କ୍ରୋଧିତ ପତ୍ନୀ ପ୍ରଥମେ ବିଷ ଦେଇ ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ପରେ ଚେତାଶୂନ୍ୟ ଅବସ୍ଥାରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ପ୍ରାଇଭେଟ୍ ପାର୍ଟକୁ ମଧ୍ୟ କାଟି ଦେଇଥିଲେ। ଘଟଣାର ପୀଡିତ ହୋଇଥିବା ବ୍ୟକ୍ତି ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସଂଗେ ସଂଗେ ପୋଲିସ ତୁରନ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲା, ତା’ପରେ ତାଙ୍କ ଜୀବନ ରକ୍ଷା ହୋଇଥିଲା। ତେବେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟାଇବା ପରେ ଅଭିଯୁକ୍ତ ମହିଳା ଦୁଇ ପିଲାଙ୍କୁ ନେଇ କେଉଁଆଡେ ଫେରାର୍ ହୋଇଯାଇଛନ୍ତି। ତେବେ ପୀଡିତ ହୋଇଥିବା ବ୍ୟକ୍ତି ଜଣକ ଏହି ଘଟଣାରେ ଫୁଲୱାରିଶରିଫ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

ପୀଡିତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗତ ଅଗଷ୍ଟ ୭ ତାରିଖ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଝଗଡାକୁ ଭିତ୍ତିକରି ତାଙ୍କ ପତ୍ନୀ ପ୍ରଥମେ ତାଙ୍କୁ ଖାଦ୍ୟରେ ବିଷ ଦେଇଥିଲେ ଏବଂ ପରେ ତାଙ୍କର ପ୍ରାଇଭେଟ୍ ପାର୍ଟ (ଯୌନାଙ୍ଗ) କାଟି ଦେଇଥିଲେ। ତେବେ ଏହି ଘଟଣା ପରେ ବର୍ତ୍ତମାନ ପୀଡିତ ବ୍ୟକ୍ତି ଜଣକ ପାଟନାରେ ନ ରହି ଜାହାନାବାଦର ନିଜ ଗାଁକୁ ଫେରିବାକୁ ଚାହୁଁଛନ୍ତି। ଏଥିସହ ପୀଡିତଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *