ସଂସ୍କାର : ଯୁବକଙ୍କ ପ୍ରେମରେ ଉବୁଟୁବୁ ଥିଲେ ଜଣେ ମହିଳା। ଅନ୍ୟପଟେ ମହିଳା ଜଣକ ୧୨ ବର୍ଷ ତଳେ ବିବାହ ମଧ୍ୟ କରିଥିଲେ। ଆହୁରି ସେ ମହିଳାଙ୍କର ୧୦ ବର୍ଷର ପୁଅ ମଧ୍ୟ ରହିଛି। କିନ୍ତୁ ନିଜ ସ୍ୱାମୀ ଓ ପୁଅକୁ ଲୋଭ ନ କରି ସେ ହେବାକୁ ଯାଉଥିଲେ ନିଜର ସୁନ୍ଦରିଆ ବୟଫ୍ରେଣ୍ଡ ସହ ଛୁ’ । ମାତ୍ର ଧରା ପଡିଗଲେ। ଉଭୟଙ୍କ ଉପରେ ମାଡି ବସିଲେ ସ୍ଥାନୀୟ ଲୋକେ। ଆଉ କୌଶଳ କ୍ରମେ ମହିଳାଙ୍କ ପ୍ରେମିକ ସେହି ସ୍ଥାନରୁ ଖସି ପଳାଇଲେ। ଆଉ ରହିଗଲେ ପ୍ରେମିକ ଆଣିଥିବା ଡ୍ରାଇଭର। ଆଉ ସେ ଡ୍ରାଇଭରକୁ ନିର୍ଧୂମ ଛେଚିଲେ ସ୍ଥାନୀୟ ଲୋକେ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ୱର ଅଞ୍ଚଳରୁ। ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ଜଣେ ସୁନ୍ଦରିଆ ଯୁବକ ପ୍ରେମରେ ଉବୁଟୁବୁ ହେଉଥିଲେ। ଆଉ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇ ମହିଳା ଜଣକ ଭୁଲିଯାଇଥିଲେ ଯେ, ତାଙ୍କର ବି ଜଣେ ସ୍ୱାମୀ ଓ ୧୦ ବର୍ଷର ପୁଅ ରହିଛି। କିନ୍ତୁ ପ୍ରେମ ପାଇଁ ସ୍ୱାମୀ ଓ ପୁଅ ସହିତ ଭୁଲ୍ ବୁଝାମଣା ହୋଇ ସେ ନିଜର ବାପା ଘର ନହରକଣ୍ଟା ଚାଲିଯାଇଥିଲା। ପ୍ରାୟ ଦେଢ଼ ବର୍ଷ ଧରି ଏହି ବିବାଦ ଲାଗିଥିଲା। ଏପଟେ ସେ ନିଜ ପ୍ରେମିକ ସହ ମଧ୍ୟ ପ୍ରାୟ ଦୁଇ ବର୍ଷ ହେବ କଥା ହେଉଥିଲା। ମୋବାଇଲରେ ଚାଟିଂ କରୁଥିଲା।
ଲକଡାଉନ୍ କାରଣରୁ ମହିଳା ଓ ତାଙ୍କ ପ୍ରେମିକ ଚୁପ ବସିଥିଲେ। ସେମାନେ ଅପେକ୍ଷା କରିଥିଲେ ସୁଯୋଗ ଦେଖି କେଉଁଆଡେ ଛୁ’ ହୋଇଯିବେ। ଅନ୍ୟପକ୍ଷରେ ସୁଯୋଗ ତ ମିଳିଲା, କିନ୍ତୁ ଖସିଯିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଲାଗିଗଲେ ମହିଳା , ତାଙ୍କ ସୁନ୍ଦରିଆ ପ୍ରେମିକ ଓ ପ୍ରେମିକ ଆଣିଥିବା ଡ୍ରାଇଭର। ଆଉ ନିର୍ଧୂମ ଛେଚା ଖାଇଲେ ଏମାନେ। ଅନ୍ୟପଟେ କୌଶଳ କରି ଖସି ପଳାଇଲା ପ୍ରେମିକ। ଆଉ ଡ୍ରାଇଭର ବିଚାର ନିର୍ଧୂମ ମାଡ଼ ଖାଇଲା।