ସଂସ୍କାର : ଆମ ଦେଶ ଭାରତ ବିଶ୍ୱାସୀୟ ପରମ୍ପରାର ଗନ୍ତାଘର। ଆମ ଦେଶରେ ବିଭିନ୍ନ ଧର୍ମର ଲୋକେ ବସବାସ କରନ୍ତି ଆହୁରି ଧର୍ମ ନାଁରେ ଲୋକେ ବିଭିନ୍ନ ପ୍ରକାର ପରମ୍ପରା ଓ ସଂସ୍କୃତିକୁ ଉପରେ ବିଶ୍ବାସ ରଖନ୍ତି। ଏହି କ୍ରମରେ ଭାରତରେ ଏପରି ବହୁତ ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ପରମ୍ପରା ଆଜି ମଧ୍ୟ ଚାଲୁଛି ।
ଏପରି ଏକ ବିଚିତ୍ର ପରମ୍ପରାଯୁକ୍ତ ସ୍ଥାନ ହେଉଛି ହିମାଚଳ ପ୍ରଦେଶ। ଏଠାରେ ସ୍ବାମୀ ସ୍ତ୍ରୀ ପରସ୍ପର ସହିତ କଥା ହୁଅନ୍ତି ନାହିଁ । ଏହା ସହିତ ବିବାହର ୫ଦିନ ଯାଏଁ ସ୍ତ୍ରୀ ନିଜର ଶରୀରରେ ବସ୍ତ୍ର ପିନ୍ଧନ୍ତି ନାହିଁ, ତେବେ ଏହି ପ୍ରଥା ଏଠାରେ ଦୀର୍ଘ ବର୍ଷରୁ ଚାଲି ଆସୁଛି। ହିମାଚଳ ପ୍ରଦେଶର ଏକ ଗାଁରେ ସ୍ବାମୀ ସ୍ତ୍ରୀ ବିବାହ ପରେ ୫ଦିନ ଯାଏଁ କଥାବାର୍ତ୍ତା ଏବଂ ଥଟ୍ଟା ମଜା କିଛି କରିପାରନ୍ତି ନାହିଁ।
ଏହା ସହିତ ସ୍ତ୍ରୀ ଉଲଗ୍ନ ରୁହନ୍ତି। ଅନ୍ୟପଟେ ଶ୍ରାବଣ ମାସରେ ସ୍ବାମୀ ସ୍ତ୍ରୀ ପରସ୍ପରଠାରୁ ଅଲଗା ରୁହନ୍ତି। ଯଦି ଏପରି ନ କରାଯାଏ ତେବେ ଏହାର ଫଳ ଦୁଃଖ ଦୁର୍ଦ୍ଦଶା ରୂପେ ଭୋଗିବାକୁ ପଡ଼ିଥାଏ। ଆଜି ମଧ୍ୟ ଲୋକେ ଏହି ପରମ୍ପରାକୁ ମାନି ଚଳୁଛନ୍ତି।