ପ୍ରେମ ପାଇଁ ଦାଦାଗିରି, ଯୁବତୀଙ୍କୁ ଲୁହା ରଡରେ ବାଡେଇ ଛୋଟି କରିଦେଲା ପାଗଳ ଯୁବକ

ସଂସ୍କାର : ପ୍ରେମକୁ ପାଇବା ପାଇଁ ଜଣେ ଯୁବକ ଯେ, ଏତେ ତଳକୁ ଖସିଯାଇଛନ୍ତି ତାହା ପଢିଲେ ଆପଣବି କହିବେ, ହେ, ଭଗବାନ ! ଯୁବତୀଙ୍କୁ ବଞ୍ଚାଇ ଦିଅ।

ସୂଚନା ଅନୁଯାୟୀ, “ପ୍ରେମକୁ ପାଇବା ପାଇଁ ଜଣେ ଯୁବକ , ନିଜ ପ୍ରେମିକାକୁ ଲୁହ ରଡ୍ ରେ ବାଡେଇଛି। ଏହା ସହିତ ପ୍ରେମିକାକୁ ଧମକ ଦେଈଛି ଯେ, ମୋତେ ପ୍ରେମ କରିବୁ ନ ହେଲେ ତତେ ତ ଜୀବନରୁ ମାରିବି, ଏହା ସହ ତୋ ପରିବାରର ସମସ୍ତଙ୍କୁ ଜୀବନରୁ ମରିଦେବି । କାହାକୁବି ଛାଡିବିନି। ତୁ ମୋର ହେବୁ, ନ ହେଲେ ମୁଁ ତତେ ଆଉ କାହାର ହେବାକୁ ଦେବିନି।” ପ୍ରେମ କରିବା ନାଁରେ ଏଭଳି ଏକ ଦାଦାଗିରି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ନୂଆଗଡ଼ିଆ ପଞ୍ଚାୟତ ଅଧିନସ୍ଥ କମାର ଗାଁରେ।

ରାଜ୍ୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କମାର ଗାଁର ରବୀନ୍ଦ୍ର ଦଳେଇଙ୍କ ଝିଅକୁ ସେହି ଗ୍ରାମର ବାରଣ ବେହେରାଙ୍କ ପୁଅ ରମାକାନ୍ତ ବେହେରା ଏକତରିଫ ପ୍ରେମ କରୁଥିଲା। ଏହି ଏକତରିଫ ପ୍ରେମ ପାଖାପାଖି ୫ ବର୍ଷ ହେଲା କରୁଥିଲା ରମାକାନ୍ତ । କିନ୍ତୁ ସେ ଯେତେବେଳେ ଜାଣିଲା ଯେ, ତାର ପ୍ରେମିକାର ବିବାହ ହେବାକୁ ଯାଉଛି। ସେତେବେଳେ ସେ ନିଜର ନିୟନ୍ତ୍ରଣ ହରାଇ ବିଚ୍ ରାସ୍ତାରେ ନିଜ ପ୍ରେମିକାକୁ ଲୁହା ରଡ୍ ରେ ବାଡେଇ ଲହୁଲୁହାଣ କରିଦେଲା। ଯୁବତୀଙ୍କ ଗୋଡ଼କୁ ବାଡେଇ ଛୋଟି କରିଦେଲା ରମାକାନ୍ତ।

ତେବେ ରମାକାନ୍ତର ଏହି କାଣ୍ଡରେ ଅତିଷ୍ଠ ହୋଇ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଥିବା ବେଳେ, ପୋଲିସ୍ ଏହି ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଆଉ ଏହି କାଣ୍ଡ ଘଟାଇ ବର୍ତ୍ତମାନ ଫେରାର୍ ଅଛି। ପୋଲିସ୍ ରମାକାନ୍ତକୁ ଖୋଜୁଛି। ଅନ୍ୟପଟେ ଯୁବତୀଙ୍କ ବାସୁଦେବପୁରର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *