ବୟସ୍କ ମହିଳାଙ୍କୁ ହତ୍ୟା କରି ତାଙ୍କ ଶବ ସହିତ ସେକ୍ସ କଲା ଯୁବକ, ଆଉ ତାପରେ…

ସଂସ୍କାର : ମଣିଷ ସମାଜର କାମବାସ୍ନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କାମବାସ୍ନା ଯୋଗୁଁ ସେ ଭୁଲି ଯାଉଛି କେଉଁଠି ଠିକ ଆଉ କେଉଁଠି ଭୁଲ୍। ଆଉ ସେ ମଣିଷ ଜଣକ ଯଦି ପୁରୁଷ ହୋଇଥାଏ ଆଉ ସେ ମଦନିଶାରେ ଥାଏ, ତେବେ ତ ସେହି ମଦୁଆ ବ୍ୟକ୍ତିର କାମବାସ୍ନା ଅଧିକ ରହିଥାଏ। ଆଉ ମଦନିଶାରେ ସେ ହତ୍ୟା ସହିତ ବଳାତ୍କାର କରିବାକୁ ବି ପଛାଏ ନାହିଁ। ଆଉ ଯଦି କେହି ମଦ୍ୟପ ବ୍ୟକ୍ତି ମହିଳା କିମ୍ବା ଯୁବତୀଙ୍କୁ ଏକାକୀ ଦେଖି ତେବେ ତାର କାମବାସ୍ନା ଚରମସୀମାରେ ପହଞ୍ଚିଥାଏ।

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରୁ। କଥାରେ ଅଛି ମଦ ନିଶାରେ ଲୋକମାନେ ନିଜର ହିତାହିତ ଜ୍ଞାନ ହରାଇବସନ୍ତି । ଏପରି କିଛି ଲଜ୍ଜାଜନକ ଘଟଣା ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏହି ସ୍ଥାନରେ ଜଣେ ଯୁବକ ଅନ୍ୟଜଣେ ବୟସ୍କ ମହିଳାଙ୍କ ସହିତ ଜବରଦସ୍ତି ସେକ୍ସ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଥିରେ ସେ ବିଫଳ ହେବାରୁ ମହିଳାଙ୍କ ଗଳା ଚାପି ହତ୍ୟା କରିଦେଇଥିଲା ଓ ପରେ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ସେ ଶବ ସହିତ ରେପ୍ କରିଥିଲା। ତେବେ ଯୁବକ ଜଣକ ଏହି କାଣ୍ଡ ମଦନିଶାରେ ଥାଇ ଘଟାଇଥିଲା ବୋଲି ପୋଲିସକୁ ସଫେଇ ଦେଇଛି। ଅନ୍ୟପଟେ ଏହି ଅପରାଧୀକୁ ଗିରଫ କରିଛି ପୋଲିସ ।

ତେବେ ଏପରି ହୃଦୟବିଦାରକ ଘଟଣା ହନୁମାନଗଡ଼ ଜିଲ୍ଲାର ପିଲିବଙ୍ଗା ଅଞ୍ଚଳରେ ଘଟିଛି। ଗତ ବୁଧବାର ରାତିରେ ୧୯ ବର୍ଷୀୟ ଯୁବକ ମଦନିଶାରେ ବୟସ୍କ ମହିଳାଙ୍କ ଘରେ ପଶିଥିଲା । ସେଠାରେ ସେ ୬୦ ବର୍ଷୀୟ ମହିଳାଙ୍କ ସଂହିତ ରେପ୍ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ଅସଫଳ ହୋଇଥିଲା । ଏଥିରେ ଯୁବକ ନିଜର ହିତାହିତ ଜ୍ଞାନ ଭୁଲିଯାଇ ମହିଳାଙ୍କର ଗଳା ଚିପି ହତ୍ୟା କରିଥିଲା । ଏହା ପରେ ଯୁବକ ମହିଳାଙ୍କ ଶବ ସହିତ ରେପ୍ କରିଥିଲା।

Leave a Reply

Your email address will not be published. Required fields are marked *