ଅଳଙ୍କାର ଦୋକାନକୁ ଲାଗି ଖୋଲିଲା ଜୁସ୍ ଦୋକାନ : ସୁଢଙ୍ଗ କରି ଲୁଟିନେଲେ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା

ନଵି ମୁମ୍ବାଇ ପୋଲିସ ଏମିତି ଦୁଇ ଚୋରଙ୍କୁ ଧରିଛି ଯେଉଁମାନେ ଏକ ଫିଲ୍ମ ଅନ୍ଦାଜରେ ଗୋଟିଏ ଗହଣା ଦୋକାନରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ଗହଣା ଚୋରି କରିଥିଲେ । ଚୋରମାନେ ପ୍ରଥମେ ଗହଣା ଦୋକାନକୁ ଲାଗି କଡ଼ରେ ଏକ ଦୋକାନ ଘର ଭଡ଼ାରେ ନେଲେ । ସୁଯୋଗ ଖୋଜି ଦୁଇ ଦୋକାନ ମଧ୍ୟରେ ଥିବା କାନ୍ଥରେ ଏକ ଡ୍ରିଲିଂ ମେସିନ୍ ସାହାଯ୍ୟରେ ଗାତ କରି କୋଟି କୋଟି ଟଙ୍କାର ଗହଣା ନେଇଗଲେ । ସୂଚନା ମିଳିଛି ଯେ ଚୋରି ଦୁଇଟି ଝାରଖଣ୍ଡ ବାସିନ୍ଦା ।

ପୋଲିସ ଏସିପି ବିନାୟକ ବସ୍ତଙ୍କ କହିବାନୁସାରେ ଚୋରମାନେ ପ୍ରଥମେ ବର୍ତ୍ତକ ନଗରର ପୋଖରଣ ରୋଡରେ ଅବସ୍ଥିତ ବରିମାତା ଗହଣା ଦୋକାନ ଉପରେ ନଜର ରଖିଥିଲେ । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଗହଣା ଦୋକାନକୁ ଲାଗି ପାଖ ଦୋକାନ ଖାଲି ଅଛି, ସେଇଟାକୁ ସେମାନେ ଭଡ଼ାରେ ନେଇଗଲେ । ଏହାପରେ ଚୋରମାନେ ଗ୍ୟାସ କଟରରୁ ଆରମ୍ଭ କରି ସବୁ ଜିନିଷ ସଂଗ୍ରହ କରିଥିଲେ, ଯଉଟା ତାଙ୍କୁ ଚୋରିରେ ସାହାଯ୍ୟ କରିବ । ସପ୍ତାହେ ଯାଏଁ ଦୋକାନ ଉପରେ ନଜର ରଖିବା ସହିତ କେଉଁ ଦିନ ଦୋକାନ ବନ୍ଦ ରହୁଛି ତାହା ବି ଜାଣିଲେ ।

ରିପୋର୍ଟ ଅନୁଯାୟୀ ଭଡ଼ା ନେଇଥିବା ଦୋକାନୀର ନାମ ରାହୁଲ ଅବଦୁଲ ମାଜିଦ ଶେଖ । ଦୋକାନ ସାମ୍ନାରେ ‘ଅବଦୁଲ୍ ଫ୍ରୁଟ୍ସ’ ନାମକ ଏକ ସାଇନ୍ ବୋର୍ଡ ବି ଲଗାଇଥିଲେ ସେ । ୧୭ ଜାନୁୟାରୀ ରାତିରେ ରାହୁଲ ତାଙ୍କର ୪ ଜଣ ସାଙ୍ଗଙ୍କ ସହିତ ଦୋକାନ କାନ୍ଥକୁ ଗାତ କରି ସବୁ ଗହଣା ଲୁଟି ନେଲେ । କୁହାଯାଉଛି ଯେ ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୧.୩୭ କୋଟି । ଯେତେବେଳେ ପୋଲିସ ରାହୁଲ ଏବଂ ତାଙ୍କର ଜଣେ ବନ୍ଧୁ ସାହେବ ଆକବର ଶେଖଙ୍କ ବିଷୟରେ ସୂଚନା ପାଇଲା, ସେମାନଙ୍କୁ ଗିରଫ କରି ଅଳ୍ପ କିଛି ଗହଣା ଜବତ କରିଥିଲା । ବାକି ଚୋରମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି ।

Leave a Reply

Your email address will not be published. Required fields are marked *