IPL ୨୦୨୦ର ଜୋରଦାର ପ୍ରସ୍ତୁତି ଚାଲିଥିଲାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଆସିଛି ଏକ ଚଞ୍ଚଲ୍ୟକର ଖବର । ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡ ପୁଣିଥରେ କୋଭିଡ଼-୧୯ର ଶିକାର ହୋଇଛନ୍ତି ବୋଲି ସୂଚନା ମିଳିଛି । ତେବେ ସେ IPL ୨୦୨୦ର ପ୍ରାଥମିକ କେତୋଟି ମ୍ୟାଚ ଖେଳି ନପାରନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳର ୧୩ ଜଣ ଖେଳାଳି ଭିତରୁ ଋତୁରାଜ ଅନ୍ୟତମ । ଗତ ମାସରେ ହିଁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପୁଣିଥରେ ପରୀକ୍ଷା କରାଇବାରୁ ଜଣାଗଲା ସେ ଦ୍ଵିତୀୟ ଥର ପାଇଁ ସଂକ୍ରମିତ ହୋଇଛନ୍ତି । ସୂଚନାଥାଉ ଯେ ଋତୁରାଜ ଏବଂ ଦୀପକ ଚହର ଦଳର ସେହି ଦୁଇ ଖେଳାଳି ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡଙ୍କ ବଦଳେ ସୁରେଶ ରାଇନାଙ୍କୁ ନିଆଯାଇପାରେ ବୋଲି ଭାରତୀୟ ଦଳ ତରଫରୁ ସୂଚନା ମିଳିଛି । ତେବେ ଚହର ଏବଂ ଅନ୍ୟ ୧୧ ଜଣ ଖେଳାଳି ମଧ୍ୟ ବାଧ୍ୟତାମୂଳକ ଦୁଇଟି ପରୀକ୍ଷା କରାଇଥିଲେ ଓ ସୁସ୍ଥ ହୋଇ ପୁନଃ ତାଲିମ ଆରମ୍ଭ କରିଛନ୍ତି । ସେପଟେ ଗାଇକୱାଡଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଥାଉ ଯେ ଚତୁର୍ଥ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଆସନ୍ତାକାଲି ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବି ଠାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ IPL ୨୦୨୦ର ଓପନର୍ ଖେଳିବାକୁ ଯାଉଛି । ଓପନର୍ ପାଇଁ ଗାଇକୱାଡଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ ଆଶା ବାନ୍ଧିଥିଲା ହେଲେ ଅନ୍ତିମ ସମୟରେ ତାଙ୍କର କୋଭିଡ଼ ପଜିଟିଭ୍ ରିପୋର୍ଟ ସବୁ ଆଶାକୁ ନିରାଶା କରିଦେଇଛି ।