ସଂସ୍କାର : ଭାରତରେ ଟିକଟକ ବ୍ୟାନ ହୋଇଥିଲେ ମଧ୍ୟ ଅନ୍ୟ ଦେଶରେ ନାରୀ ସୁରକ୍ଷା ନେଇ ବେଶ ସହାୟକ ହେଉଛି ଶର୍ଟ ଭିଡ଼ିଓ ଆପ୍ ଟିକଟକ୍ । ଭତର- କରୋଲିନାରେ ଅପହରଣକାରୀଙ୍କ ଠାରୁ ଟିକଟକ ଜଣେ ନାବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।
ଟିକଟକ୍ରେ ନାବାଳିକାଙ୍କ ହାତର ଅଙ୍ଗଭଙ୍ଗି ଅପହରଣ ନେଇ ସୂଚନା ଦେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ବର୍ତ୍ତମାନ ଏଭଳି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଗତ ୩ ତାରିଖରେ ଉତର କାରୋଲିନା ଆସେଭିଲ୍ଲା ଅଂଚଳରୁ ଜଣେ ୧୬ ବର୍ଷିୟା ନାବାଳିକା ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ନାବାଳିକା ସମ୍ପର୍କରେ କୌଣସି ସୂଚନା ପାଇପାରିନଥିଲା । ତେବେ ୪ ତାରିଖ ଦିନ ନାବାଳିକାକୁ ଏକ କାରରେ ନିଆଯାଉଥିବା ବେଳେ ସେ ଏକ ଟିକଟିକ ଭିଡ଼ିଓ କରି ସହାୟତା ମାଗିଥିଲେ। ହାତର ଅଙ୍ଗଭଙ୍ଗି ଦେଖାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍ ରେ ଅପଲୋଡ କରିଥିଲେ ।
ଅପହରଣକାରୀଙ୍କ ସହ ଯାତ୍ରା କରୁଥିବା କାରରେ ଥିବାବେଳେ ଟିକଟକରେ ହାତ ଅଙ୍ଗଭଙ୍ଗୀ ବ୍ୟବହାର କରି ସାହାଯ୍ୟ ପାଇଁ ସଙ୍କେତ ଦେଇଥିଲେ ନାବାଳିକା। ତେବେ ଭିଡ଼ିଓ ଦେଖି ଜଣେ ବ୍ୟକ୍ତି ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ସତର୍କ ହୋଇ ନାବାଳିକାଙ୍କୁ ଉଦ୍ଧାର କରିବାର କାର୍ଯ୍ୟରେ ଲାଗିଯାଇଥିଲା। ପୋଲିସ ଟେକ୍ନୋଲୋଜି ମାଧ୍ୟମରେ ଗାଡିକୁ ଠାବ କରିବାକୁ ଚେଷ୍ଠା କରିଥିଲା । ଏପରିକି ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ସିଲ କରିଦେଇଥିଲେ । ଏଥିସହିତ ସମସ୍ତ ମୋଟର ଚାଳକ ସଂଘ ସହ ଯୋଗାଯୋଗରେ ରହିଥିଲେ ।
ଶେଷରେ ଅପହରଣକାରୀମାନେ ଯାଉଥିବା ଏକ ସିଲଭର ରଙ୍ଗର ଟୋୟଟା କାରକୁ ଠାବ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକକୁ ଉଦ୍ଧାର କରାଯାଇଥିଲା । ତେବେ ହାତର ଅଙ୍ଗଭଙ୍ଗିରୁ କେହି ବିପଦରେ ପଡିଥିବା ସହଜରେ ଜଣାପଡିବ, ଏହା ପ୍ରମାଣିତ ହୋଇଯାଇଛି ।