ଦେଖନ୍ତୁ ଭିଡ଼ିଓ : କାର୍ ର ବୋନେଟରେ ବସେଇ ଟ୍ରାଫିକ ପୋଲିସ୍ କୁ ୧ କିଲୋମିଟର ପର୍ଯ୍ୟନ୍ତ ଟାଣିଲେ କାର୍ ଡ୍ରାଇଭର , ଜାଣନ୍ତୁ ସମ୍ପୂର୍ଣ କାରଣ

ସଂସ୍କାର : ଗତ ଗୁରୁବାର ଦିନ ଠାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଟ୍ରାଫିକ ପୋଲିସ କନଷ୍ଟେବଳଙ୍କୁ ଜଣେ କାର୍ ଡ୍ରାଇଭର ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ କାରର ବୋନେଟ ଉପରେ ବସାଇ ଟାଣିଛନ୍ତି। ଏହି ଘଟଣା ଲୋକଙ୍କ ମୋବାଇଲ୍ ରେ ଭିଡିଓ ରୂପରେ କଏଦ ହେବା ପରେ ଆନ୍ଧ୍ରର ଡିଏନ୍ ନାଗର ପୋଲିସ ଷ୍ଟେସନରେ ଅଜ୍ଞାତ କାର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, କନଷ୍ଟେବଳ ବିଜୟ ସିଂ ଗୁରୁଭ ଆଣ୍ଡେରିର ଆଜାଦ ନାଗର ମେଟ୍ରୋ ଷ୍ଟେସନ ତଳେ ଡ୍ୟୁଟିରେ ଥିଲେ । ସେହି ସମୟରେ ଏକ କଳା ରଙ୍ଗର କାର ଭୁଲ ପାର୍ଶ୍ୱରୁ ପ୍ରବେଶ କରି ଏସଭି ରୋଡ ଆଡ଼କୁ ଯାଇଥିଲା। ଏହି ସମୟରେ ଟ୍ରାଫିକ ପୋଲିସ କନଷ୍ଟେବଳ ଡ୍ରାଇଭର ଓ କାରକୁ ଅଟକାଇବା ପାଇଁ ସଙ୍କେତ ଦେଇଥିଲେ, କିନ୍ତୁ ସେ ଡ୍ରାଇଭର ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଠିକ୍ ସେହି ସମୟରେ ଜଣେ ଟ୍ରାଫିକ ପୋଲିସ୍ ଜଣକ କାରର ବୋନେଟରେ ବସିଯାଇଥିଲେ। ତେବେ ଡ୍ରାଇଭର ସେହି ସମୟରେ କାର୍ ର ବେଗକୁ ବଢ଼ାଇ ୧ କିଲୋମିଟର ପର୍ଯ୍ୟନ୍ତ ପୋଲିସ୍ କନଷ୍ଟେବଳକୁ ଟାଣି ନେଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ପୋଲିସ୍ କନେଷ୍ଟବଳ କହିଛନ୍ତି ଯେ କାରଟି ଭୁଲ୍ ପାର୍ଶ୍ଵରୁ ପ୍ରବେଶ କରିବା ସେ ଅଟକାଇବାରୁ ତାଙ୍କୁ କାରର ବୋନେଟରେ ବସାଇ ଫୋପାଡି ଦିଆଯିବା ପାଇଁ ଉଦ୍ୟମ କରାଯାଇଥିଲା। ତାଙ୍କୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଟାଣି ନିଆଯାଇଥିଲା ବୋଲି ସେ କହିଛନ୍ତି।

ତେବେ ଘଟଣାକୁ ଦେଖି ସ୍ଥାନୀୟ ଲୋକ ଏହି ଘଟଣାର ଭିଡିଓକୁ ରେକର୍ଡ କରିଛନ୍ତି ଏବଂ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନ୍ୟପଟେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ୩୫୩ (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନରୁ ନିବୃତ୍ତ କରିବା ପାଇଁ ଆକ୍ରମଣ କିମ୍ବା ଅପରାଧିକ ବଳ) ଏବଂ ୨୭୯ (ରଶ୍ ଡ୍ରାଇଭିଂ) ଧାରା ଅନୁଯାୟୀ କାର ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଆଉ ଏହାର ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *