ସଂସ୍କାର : ଯୁବତୀଙ୍କ ଡବଲ ଡବଲ ପ୍ରେମ। ଏକାସାଙ୍ଗରେ ଦୁଇ ଜଣ ଯୁବକକୁ ସମୟ ବାହାର କରି ଲଭ୍ କରୁଥିଲେ ଯୁବତୀ। ଉଭୟ ପ୍ରେମିକ ଏହାର ଟେର୍ ବି ପାଉନଥିଲେ । କିନ୍ତୁ ଯୁବତୀଙ୍କ ଏହି ଚାଲାକ୍ ପଣିଆ ବେଶିଦିନ ତିଷ୍ଟି ପାରିଲା ନାହିଁ। ହଠାତ ଦିନେ ଧରା ପଡିଲେ ଯୁବତୀ। କାରଣ ପୂର୍ବରୁ ପୁରୁଣା ପ୍ରେମିକ ସନ୍ଦେହ କରୁଥିଲେ ଯେ, ତାଙ୍କ ପ୍ରେମିକା ଆଉ କାହାକୁ ମନ ଦେଇସାରିଛି ବୋଧେ। ଆଉ ଯୁବକଙ୍କ ସନ୍ଦେହ ସତ ହେଲା। ଦିନେ ନୂଆ ପ୍ରେମିକ ପାଖରେ ବସିଥିବା ବେଳେ ଯୁବତୀଙ୍କୁ ଧରି ନିସ୍ତୁକ ଛେଚିଲେ ପୁରୁଣା ପ୍ରେମିକ। ତେବେ ନୂଆ ପ୍ରେମିକ ଏହାକୁ ଦେଖି ରାଗିଯାଇ ପୁରୁଣା ପ୍ରେମିକକୁ ମାଡ଼ ମାରିଥିଲେ।
ତ୍ରିକୋଣୀୟ ପ୍ରେମ

ଏହାପରେ ପ୍ରେମିକାକୁ କେନ୍ଦ୍ର କରି ଉଭୟ ପ୍ରେମିକ ହାତାହାତି ହୋଇଗଲେ । ଆଉ ଯୁବତୀ ପାଖରେ ଠିଆ ହୋଇ ରୁହ ରୁହ କହୁଥିଲେ। କିନ୍ତୁ ଉଭୟ ରୋମିଓ ଯୁବକ କାହା କଥା ଶୁଣୁନଥିଲେ। ମାତ୍ର କଥା ଯେତେବେଳେ ଥାନା ପର୍ଯ୍ୟନ୍ତ ଗଲା । ସେମାନେ ସେହି ସମୟରେ ଚୁପ ରହିଲେ। ଶେଷରେ ଆପୋଷ ବୁଝାମଣାରେ ୩ଜଣ ଥାନାରୁ ମୁକୁଳିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅଞ୍ଚଳରେ ।
ପ୍ରେମିକା ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ପ୍ରେମିକ
ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ ରହି ସଂପୃକ୍ତ ଯୁବତୀ ବର୍ତ୍ତମାନ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଛନ୍ତି । ସେ ତାଙ୍କ କଲେଜର ଜଣେ ସହପାଠୀକୁ ଦେଖା କରିବାକୁ ଇନଫୋସିଟି ପାଖକୁ ଡାକିଥିଲେ । ଦୁହେଁ ଦୀର୍ଘ ସମୟ ଯାଏଁ କଥା ହେଉଥିବା ବେଳେ ହଠାତ୍ ସେଠାରେ ତାଙ୍କର ପୁରୁଣା ପ୍ରେମିକ ପହଞ୍ଚିଥିଲେ । ଆଉ ଯୁବତୀଙ୍କୁ ପଚାରିଥିଲେ ଏ ପୁଅ ସହ ଏଠାରେ କାହିଁକି ଗପୁଛ । ଏହାର ଉତ୍ତରରେ ଯୁବତୀ କହିଥିଲେ ଏ ମୋ ସାଙ୍ଗ । କିନ୍ତୁ ସଂଗେ ସଂଗେ ନୂଆ ପ୍ରେମିକ ଯୁବତୀଙ୍କୁ କହିଥିଲେ ତୁମେ ମୋତେ ପ୍ରେମ କରୁଛୁ ପୁଣି ଏ ପିଲାକୁ ବି ପ୍ରେମ କରୁଛୁ। ଦୁହିଁଙ୍କ ଭିତରେ ବଚସା ହେବାରୁ ଯୁବତୀଙ୍କ ଗାଲରେ ଦୁଇ ଚାପୁଡ଼ା ମାରିଥିଲେ ପୁରୁଣା ପ୍ରେମିକ ।
ଏହା ଦେଖି ନୂଆ ପ୍ରେମିକ କହିଥିଲେ ମୁଁ ୟାଙ୍କୁ ୨ ବର୍ଷ ହେବ ଭଲ ପାଉଛି । ଏହାର ଜବାବ୍ ରେ ପୁରୁଣା ପ୍ରେମିକ କହିଥିଲେ ମୁଁ ୫ ବର୍ଷ ହେଲା ୟାକୁ ପ୍ରେମ କରୁଛି। କିନ୍ତୁ ନୂଆ ପ୍ରେମିକ ଜଣକ ପୁରୁଣା ପ୍ରେମିକକୁ କହିଲା ତୁ କାହିଁକି ମୋ ପ୍ରେମିକାକୁ ମାଡ଼ ମାରିଲୁ । ଏହା ପରେ ଦୁଇ ଯୁବକଙ୍କ ମଧ୍ୟରେ ଆରମ୍ଭ ହେଲା ମାରପିଟ୍ କରିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସଂଗେ ସଂଗେ ପିସିଆର ଭ୍ୟାନକୁ ଫୋନ କରି ଡକାଇଥିଲେ । ପୁଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲା । ଏହା ପରେ ଥାନାରେ ବୁଝାସୁଝା କରି ଘରକୁ ପଠାଇଥିଲା।
ମାତ୍ର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ଯୁବତୀ ପଇସା ପାଇଁ ଦୁଇ ଜଣ ଯୁବକକୁ ପ୍ରେମ କରୁଥିଲେ। ଆଉ ଦୁଇ ଜଣ ଯୁବକ ଧନୀକ ଶ୍ରେଣୀର ଥିଲେ। ଆଉ ଯାହାର ଫାଇଦା ଉଠାଉଥିଲେ ଯୁବତୀ।