ସଂସ୍କାର : ରାଜସ୍ଥାନର ବାରାନରେ ଏକ ଆସବାବପତ୍ର ଦୋକାନ ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଧରି ମାଡ଼ ମାରିବା ସହିତ ଆଇନକୁ ନିଜ ହାତକୁ ନେଇଥିଲେ। ଉଭୟ ଅଭିଯୁକ୍ତଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବନ୍ଧକ ରଖି ପିଟିପିଟି ହତ୍ୟା କରିଦେଲେ ଲୋକେ। ଏହି ଘଟଣାରେ ପୋଲିସର ଅବହେଳା ସାମ୍ନାକୁ ଆସିଛି। ଘଣ୍ଟା ଘଣ୍ଟା ଧରି ଲୋକେ ପୋଲିସକୁ ଡାକିଥିଲେ ମଧ୍ୟ ଯେତେବେଳେ ପୋଲିସ ଘଟଣାସ୍ଥଳକୁ ଆସି ନଥିଲା, ସେହି ସମୟରେ ସ୍ଥାନୀୟ ଲୋକେ ନିଜେ ଅଭିଯୁକ୍ତଙ୍କୁ ମାଡ଼ ମାରି ସେମାନଙ୍କର ପ୍ରାଣ ନେଇ ଯାଇଥିଲେ।
ବାରାନର କୋଟା ରୋଡରେ ଥିବା ଏକ ଆସବାବପତ୍ର ଦୋକାନରୁ ଦୁଇ ଜଣ ଯୁବକ ପ୍ଲାଷ୍ଟିକ ଷ୍ଟୁଲ ଚୋରି କରିନେଉଥିଲେ। ତେବେ ଉଭୟ ଚୋରିକୁ ସ୍ଥାନୀୟ ଲୋକେ ଧରି ମାଡ଼ ମାରିଥିଲେ। ପୋଲିସକୁ ସୂଚନା ଦିଆଯାଇଥିଲା କିନ୍ତୁ ଏକ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ପୋଲିସ ଆସି ନଥିଲା। ଏହା ପରେ ଘଟଣାସ୍ଥଳରେ ଏକ ଜନସମାଗମ ହୋଇଥିଲା। ଏବଂ ତା’ପରେ ଲୋକ ମାନେ ଆଇନକୁ ନିଜ ହାତକୁ ନେବାକୁ ବାଧ୍ୟ ହୋଇଥିଲେ। ଲୋକେମାନେ ଉଭୟ ଚୋରଙ୍କୁ ପୋଲରେ ବାନ୍ଧି ବାଡେଇ ବାଡେଇ ଜୀବନରୁ ମାରି ଦେଇଛନ୍ତି।
ତେବେ ପୋଲିସ୍ ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପହଁଚି ଦୁଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ, ଦୋକାନ ମାଲିକ ସମେତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।