IND vs SL : ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ 3 ୱିକେଟରେ ଜିତି ସିରିଜ ଜିତି ନେଇଛି। ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ 5 ଟି ବଲ ହାତରେ ଥାଇ 276 ରନ୍ର ଲକ୍ଷ୍ୟ ହାସଲ କରିଛି ଏବଂ ଶିଖର ଧାୱନଙ୍କ ଦଳ ପ୍ରଥମେ 160 ରନ୍ ପାଇଁ 6 ଟି ୱିକେଟ୍ ହରାଇଥିଲା, କିନ୍ତୁ ଏହା ସତ୍ତ୍ୱେ ଟିମ୍ ଇଣ୍ଡିଆ ଜିତିବାରେ ସଫଳ ହୋଇଥିଲା ।

ଭାରତୀୟ ଦଳର ବିଜୟର କାହାଣୀ ସୂର୍ଯ୍ୟକୁମାର ଯାଦବ, ଦୀପକ ଚହର ଲେଖିଛନ୍ତି। ପ୍ରଥମ ଥର ପାଇଁ ODI ରେ ଅର୍ଦ୍ଧଶତକ ହାସଲ କରିବାରେ ଉଭୟ ସୂର୍ଯ୍ୟକୁମାର ଏବଂ ଦୀପକ ଚହର ଚମତ୍କାର ପଦର୍ଶନ କରିଥିଲେ। ସୁର୍ଯ୍ୟକୁମାର 53 ରନ କରିଥିବା ବେଳେ ଦୀପକ 69 ରନ କରି ଅପରାଜିତ ରହିଥିଲେ।

ଦୀପକ 7 ଟି ୱିକେଟ୍ ହ୍ରାସ ସତ୍ତ୍ୱେ ଭୁବନେଶ୍ୱର କୁମାରଙ୍କ ସହିତ 55 ବଲରେ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ସେ 64 ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ବିଜୟ ପରେ ଇଂଲଣ୍ଡ ଗସ୍ତରେ ବ୍ୟସ୍ତ ଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଉଭୟ ଦୀପକ ଚହର ଏବଂ ସୂର୍ଯ୍ୟକୁମାରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏବଂ କୋହଲି ଟ୍ୱିଟ୍ ମଧ୍ୟ କରିଛନ୍ତି।

ଖେଳାଳିଙ୍କ ପାଇଁ ଏକ ବଡ଼ ବିଜୟ ବୋଲି କୋହଲି କହିଛନ୍ତି। ଏକ ଚାପଗ୍ରସ୍ତ ପରିସ୍ଥିତିରୁ ବିଜୟ ହାସଲ କରିବାକୁ ଯେଉଁଭଳି ପ୍ରୟାସ କରିଛନ୍ତି ଏହି ଦୁଇ ଖେଳାଳି ତାହା ଆଶ୍ଚଯ୍ୟଜନକ ଥିଲା ଏବଂ ଦେଖିବାରେ ବହୁତ ଆନନ୍ଦିତ ମଧ୍ୟ ଥିଲା। ଦୀପକ ଚହର ଏବଂ ସୂର୍ଯ୍ୟକୁମାର ଙ୍କ ଏଭଳି ଚାପରେ ଜବରଦସ୍ତ ଇନିଂସ ଖେଳିଥିବାରୁ ବେଶ ପ୍ରଶଂସା କରିଥିଲେ ବିରାଟ କୋହଲି।