WhatsAppର ନୂଆ ଫିଚର୍ସ, ଥରେ ଦେଖିବା ପରେ ଆପେ ଆପେ ଡିଲିଟ ହୋଇଯିବ ଫଟୋ

ଫିଚର୍ସ ଦୃଷ୍ଟିରୁ WhatsAppର କୌଣସି ଜବାବ ନାହିଁ। କମ୍ପାନୀ ପ୍ରତିଦିନ ଏହାର ୟୁଜର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ।

ବର୍ତ୍ତମାନ ଏକ ନୂତନ ଫିଚର୍ସ ଆସିଛି। ଯାହାର ନାମ View Once

ଟ୍ୱିଟରରେ WABetaInfo ଦ୍ୱାରା ସେୟାର କରାଯାଇଥିବା ସ୍କ୍ରିନସଟ ଅନୁଯାୟୀ, ଏହି ଫିଚର୍ସ ଦ୍ୱାରା ଆପଣ କେବଳ ସେ ଫୋଟୋ କିମ୍ବା ଭିଡିଓ କୁ କେବଳ ଥରେ ହିଁ ଦେଖିପାରିବେ ଏହା ପରେ ସେ କଟିଯିବ।ଏହି ନୂତନ ଫିଚର୍ସ ଟି ସିକ୍ରେଟ ମିଡ଼ିଆ ପଠାଇବାରେ ଅନେକ ସାହାଯ୍ୟ କରିବ।

ଏହି ଫିଚର୍ସ ଦ୍ୱାରା ଯଦି ଆପଣ ଏକ ଫୋଟୋ କିମ୍ବା ଭିଡ଼ିଓ କୁ କାହା ପାଖକୁ ସେଆର କରୁଛନ୍ତି ତେବେ ଆପଣଙ୍କୁ ଏକ ନୂଆ ଆଇକନ ଦେଖା ଯିବ ଯାହାକୁ ଥରେ ସକ୍ରିୟ କରି ଆପଣ ମିଡ଼ିଆ ଛାଡିବା ପରେ ସେହି ମିଡ଼ିଆଟି ପାଇଥିବା ବ୍ୟକ୍ତି କେବଳ ଥରେ ହିଁ ଦେଖିପାରିବ। ଏହା ପରେ ସେ ଆପେ ଆପେ ବ୍ୟକ୍ତିଙ୍କ ଫୋନରୁ କଟିଯିବ ।

Leave a Reply

Your email address will not be published. Required fields are marked *