ସୋସିଆଲ ମିଡ଼ିଆରେ ଲାଇଭ୍ ଭିଡ଼ିଓ ଜାରି କରି ମାନବପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ କଲେ ଆତ୍ମହତ୍ୟା !

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଭିଡ଼ିଓ । ଲାଇଭ୍ ଭିଡ଼ିଓ ଜାରି କରି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମାଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁକୁ ବିତିସାରିଲାଣି ପ୍ରାୟ ୫ ମାସ ପରେ । ହେଲେ ଏଯାଏଁ ତଦନ୍ତ ସରୁନାହିଁ ଏବଂ ସେପଟେ ବାରମ୍ବାର ମାନସିକ ନିର୍ଯାତିତ ହେଉଥିବା ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଭିଡ଼ିଓରେ ଲାଇଭ୍ ରେ ଥାଇ ମାତ୍ରାଧିକ ନିଦ ବଟିକା ଖାଇବା ସହିତ ସେ ହାତରେ ଏକ ଡାଇରୀ ଧରି ତାଙ୍କ ମୃତ୍ୟୁ ପାଇଁ ୧୦ ଜଣ ଦାୟୀ ବୋଲି ଦାବି କରିଛନ୍ତି । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଏବେବି ରହସ୍ୟ ଘେରରେ ଥିବା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ତଥା ମାନସିକ ଭାବରେ ନିର୍ଯ୍ୟାତିତ ହେଉଥିବା ଅଭିଯୋଗ କରି ପତ୍ନୀ ବିଦ୍ୟାଶ୍ରୀ ଆଜି ଏକ ଚରମ ପଦକ୍ଷେପ ନେଇଛନ୍ତି । କାନ୍ଦି କାନ୍ଦି କହିଛନ୍ତି, ମୋତେ ମାନସିକ ଭାବେ ଦୁଷ୍କର୍ମ କରାଯାଇଛି । ମୋର ବଞ୍ଚିବାକୁ ଇଚ୍ଛା ନାହିଁ ।

Leave a Reply

Your email address will not be published. Required fields are marked *