ସଂସ୍କାର : ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବିବାହର ଅଳ୍ପ ସମୟ ମଧ୍ୟରେ ନୂତନ କନ୍ୟାର ଶରୀରରେ ପରିବର୍ତ୍ତନ ଘଟିବାକୁ ଲାଗିଲା। ଝିଅଟିର ପେଟ ବାହାରକୁ ଆସିବାକୁ ଲାଗିଲା। ଯେତେବେଳେ ପତ୍ନୀଙ୍କ ଶରୀରରେ ଏହି ହଠାତ୍ ପରିବର୍ତ୍ତନ ବିଷୟରେ ସ୍ୱାମୀ ପଚାରିଲେ, ପତ୍ନୀ କହିଲେ ଗ୍ୟାସ କାରଣରୁ ତାଙ୍କର ପେଟ ଫୁଲିଯାଇଛି। କିନ୍ତୁ ବିବାହର ଏକ ମାସ ପରେ ପତ୍ନୀ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି। ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସ୍ୱାମୀ ଅତ୍ୟଧିକ ଆନନ୍ଦିତ ହୋଇଥିଲେ । ମାତ୍ର ସେ ଯେତେବେଳେ ନିଜର ସ୍ତ୍ରୀକୁ ଡାକ୍ତରଙ୍କ ନିକଟକୁ ନେଇଥିଲେ ସେତେବେଳେ ଡାକ୍ତର ଅଲଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଲେ। କିନ୍ତୁ ଅଲଟ୍ରାସାଉଣ୍ଡର ରିପୋର୍ଟ ଦେଖି ସ୍ୱାମୀର ପାଦ ତଳୁ ମାଟି ଖସି ଯାଇଥିଲା।
ସୂଚନା ଅନୁଯାୟୀ, ଗାଜିଆବାଦର ମୋହନନଗରର ଜଣେ ଯୁବକ ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରେ ଲୋହିନାଗରର ଜଣେ ଯୁବତୀକୁ ବିବାହ କରିଥିଲେ। ଦୁହେଁ ବହୁତ ଖୁସି ଥିଲେ। କିନ୍ତୁ ବିବାହର ଅଳ୍ପ ସମୟ ପରେ ଯୁବତୀର ପେଟ ଫୁଲିବା ଆରମ୍ଭ କଲା। ଯେତେବେଳେ ସ୍ୱାମୀ ପତ୍ନୀଙ୍କୁ ଏ ବିଷୟରେ ପଚାରିଲେ, ସେ କହିଥିଲେ ଯେ ତାଙ୍କର ଗ୍ୟାସ ସମସ୍ୟା ଅଛି, ସେଥିପାଇଁ ପେଟ ଫୁଲିଯାଉଛି। କିଛି ଦିନ ଧରି ଏହି ଘଟଣା ଜାରି ରହିଲା, କିନ୍ତୁ ପତ୍ନୀଙ୍କ ପେଟ ଫୁଲିବାକୁ ଲାଗିଲା |
ଏଥିରେ ବିବ୍ରତ ହୋଇ ସ୍ୱାମୀ ଶେଷରେ ପତ୍ନୀଙ୍କୁ ଡାକ୍ତରଙ୍କୁ ଦେଖାଇଲେ। ଜୁନ୍ ୨୫ ତାରିଖରେ, ସେ ତାଙ୍କ ପତ୍ନୀଙ୍କ ସହ ଏକ କ୍ଲିନିକରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଜଣାପଡିଲା ଯେ, ତାଙ୍କ ପତ୍ନୀ ଆଠ ମାସରୁ ଅଧିକ ସମୟ ହେବ ଗର୍ଭବତୀ ଅଛନ୍ତି ଏବଂ ଯେକୌଣସି ସମୟରେ ତାଙ୍କର ପ୍ରସବ ହୋଇପାରେ। ଏହି କଥା ଶୁଣିବା ପରେ ସ୍ୱାମୀର ପାଦ ତଳୁ ମାଟି ଖସି ଯାଇଥିଲା। ସେ ଯୁବକ ଜଣକ କହିଥିଲେ ଯେ, ତାଙ୍କୁ ପ୍ରତାରଣା କରାଯାଇଛି। ଏହି କାରଣରୁ ସେ ବର୍ତ୍ତମାନ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।