ପାରିବାରିକ କଳହ ନେଲା ଉଗ୍ରରୂପ ଭାଇ ବୋହୁକୁ ଦେଢ଼ଶୁର ର ଆକ୍ରମଣ ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ..

woman attacked by her brother in law in nilagiri bhimei

ନୀଳଗିରି : ପାରିବାରିକ ଖାଲହକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସେହି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି, ଘଟଣା ଟି ହେଉଛି ସ୍ଥାନୀୟ ନୀଳଗିରି ଅଞ୍ଚଳର, ପରିବାର କଳହ କୁ ନେଇ ଗୋଟେ ପରିବାରର ଭାଇ ବୋଉ ଉପରେ ଆକ୍ରମଣ କରିବା ଜଣା ପଡିଛି, ଫଳରେ ଭାଇବୋଉ ର ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

ଏହି ଘଟଣା ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଭିମେଇ ଅଞ୍ଚଳର ସନାତନ ମଳିକ ଙ୍କ ପରିବାବର ରେ 5 ଟି ପୁଅ ସେଠି ମଧ୍ୟରୁ ମଝିଆ ଭାଇ କମଳାକାନ୍ତଙ୍କୁ ସାନଭାଇ କୈଳାସ ଏକ ଗାଡ଼ିରେ ବସାଇ ନେବାରୁ ଉତକ୍ଷିପ୍ତ ହୋଇ ବଡ଼ଭାଇ ରମାକାନ୍ତ ଓ ତାଙ୍କ ସ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ରମାକାନ୍ତଙ୍କ ସ୍ତ୍ରୀ ସଞ୍ଜୁ ଗାଳିଗୁଳଜ କରି କୈଳାସର ଗାଲକୁ ଚାପୁଡ଼ା ମାରିବାରୁ ତାଙ୍କ ସ୍ତ୍ରୀ ସରୋଜିନୀ ପ୍ରତିବାଦ କରିଥିଲେ।

ଏହାପରେ ବଡ଼ଭାଇ ରମାକାନ୍ତ ଆସି ଏକ ଠେଙ୍ଗାରେ ତାଙ୍କ ଭାଇବୋହୁ ସରୋଜିନୀକୁ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି ହେଲେ ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ପରେ ଏନେଇ ନୀଳଗିରି ଥାନାରେ କୈଳାସ ଏକ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *