ଡେଟିଂ ଆପରୁ ପଞ୍ଚତାରକା ହୋଟେଲ; ଜନ୍ମଦିନ ପାର୍ଟି ଆଳରେ ଯୁବତୀଙ୍କୁ ଏକ ଗ୍ଲାସ ମଦ ଦେଇ ବଳାତ୍କାର, ଆଉ ତା ପରେ..

Woman raped after inviting at fake birthday party in mumbai

ସଂସ୍କାର :- ଜନ୍ମଦିନରେ ଯୁବତୀଙ୍କୁ ବଳାତ୍କାର। ପ୍ରଥମେ ଡେଟିଂ ଆପରେ ଏକ ମାସ ଚାଟିଂ , ଆଉ ତା’ପରେ ଜନ୍ମଦିନ ଅବସରରେ ନିଜର ପୁରୁଷ ବନ୍ଧୁଙ୍କ ଠାରୁ ବଳାତ୍କାରର ଶିକାର ହେଲେ ଯୁବତୀ। ସେ ପୁଣି ପଞ୍ଚତାରକା ହୋଟେଲରେ।

ଘଟଣାକ୍ରମ ଏହା ଯେ, ମୁମ୍ବାଇରେ ରହୁଥିବା ଜଣେ ଯୁବତୀଙ୍କ ସହ ପଞ୍ଚତାରକା ହୋଟେଲରେ ବଳାତ୍କାରର ମାମଲା ସାମ୍ନାକୁ ଆସିଛି। ଯେଉଁ ଦିନ ଯୁବତୀ ବଳାତ୍କାରର ଶିକାର ହୋଇଛନ୍ତି ସେ ଦିନ ହିଁ ତାଙ୍କର ଜନ୍ମଦିନ ଥିଲା। ଯୁବତୀଙ୍କୁ ଜାଣିଥିବା ଜଣେ ବ୍ୟକ୍ତି ତାଙ୍କୁ ମଦ ପିଆଇ ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ବର୍ତ୍ତମାନ ବଳାତ୍କାରର ଶିକାର ହୋଇଥିବା ଯୁବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୨୮ ଏବଂ ୩୭୬ ଅନୁଯାୟୀ ମାମଲା ରୁଜୁ ହୋଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି। ତେବ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଯୁବତୀଙ୍କ ବୟାନ ଅନୁଯାୟୀ, ଜନ୍ମଦିନ ପାର୍ଟି ଦେବା ବାହାନାରେ ଉକ୍ତ ବ୍ୟକ୍ତି ତାଙ୍କୁ ପଞ୍ଚତାରକା ହୋଟେଲକୁ ନିମନ୍ତ୍ରଣ କରିଥିଲେ ଏବଂ ପରେ ତାଙ୍କୁ ବଳାତ୍କାର କରିଥିଲେ। ମାସେ ପୂର୍ବରୁ ଯୁବତୀ ଜଣକ ସେହି ପୁରୁଷ ସହ କଥାବାର୍ତ୍ତା କରୁଥିଲେ। ଦୁହେଁ ଏକ ଡେଟିଂ ଆପରେ ଭେଟିଥିଲେ। ଯୁବତୀ ଜଣକ ହୋଟେଲରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ଏକ ଗ୍ଲାସ ମଦ ଦେଇଥିଲା। ମଦ ପିଇବା ପରେ ତାଙ୍କୁ ତୁରନ୍ତ ନିଦ ଲାଗିଥିଲା। ସେ ଶୋଇବା ଆରମ୍ଭ କରିବା ପରେ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ତେବେ ଯୁବତୀଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

Leave a Reply

Your email address will not be published. Required fields are marked *