କରୋନା ଏକ ସାଂଘାତିକ ରୋଗ । କିନ୍ତୁ ଏହା ମଧ୍ୟ ସତ ଯେ ସକରାତ୍ମକ ଚିନ୍ତାଧାରା ଏବଂ ରୋଗ ସହିତ ଲଢିବାର ଇଚ୍ଛା ଶକ୍ତି ସାମ୍ନାରେ କରୋନା ହାରୁଥିବା ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶର ଛିନ୍ଦୱାଡ଼ାଠାରେ ଘଟିଛି ସେହିପରି ଏକ ଘଟଣା ଯେଉଁଥିରେ ଜଣେ ଗୁରୁତର ଅସୁସ୍ଥ ମହିଳା ତାଙ୍କ ପାଖ ବେଡ଼ରେ ଥିବା କରୋନା ଜନିତ ଜଣେ ମୃତ ବ୍ୟାକ୍ତିଠାରୁ ମାସ୍କ ନେଇ ଅମ୍ଳଜାନ ନେଇଥିଲେ, କରୋନା ବିରୋଧରେ ଯୁଦ୍ଧ କରି ଜିତିଥିଲେ ।
ଏହି ଘଟଣା ଛିନ୍ଦୱାଡ଼ାର ଅଟେ । ହରେଇ’ର ମହିଳା ଓ ଶିଶୁ ବିକାଶ ବିଭାଗରେ ନିଯୁକ୍ତ ଥିବା ସୁପରଭାଇଜର ଆଶା ଭାରତୀ ଜ୍ୱରରେ ପୀଡ଼ିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଏବଂ ଡାକ୍ତରଖାନାରେ ଖଟ ଅଭାବରୁ ସେ ଘରକୁ ଯାଇଥିଲେ, ପରେ ଅବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଖଟଟିଏ ତ ମିଳିଲା ହେଲେ ମିଳିଲାନି ଅମ୍ଳଜାନ ।

ଆଶା ଭାରତୀ ଏକ ଭିଡ଼ିଓ ଜାରି କରି ଦର୍ଶାଇଛନ୍ତି ଯେ ସେ ଡାକ୍ତରଖାନା ଯିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ କଂଗ୍ରେସ ମୁଖପାତ୍ର ସୟଦ ଜାଫରଙ୍କ ପରାମର୍ଶ କ୍ରମେ ସେ ଡାକ୍ତରଖାନା ଯାଇଥିଲେ । ଡାକ୍ତରଖାନାରେ ସେ ଅମ୍ଳଜାନର ଆବଶ୍ୟକତା ଅନୁଭବ କଲେ । ୟା ଭିତରେ ତାଙ୍କ ପାଖ ଖଟରେ ଥିବା ବ୍ୟକ୍ତି ଜଣଙ୍କ ମୃତ୍ୟୁବରଣ କଲେ ଏବଂ ତାଙ୍କୁ ଲାଗିଲା ତାଙ୍କ ଜୀବନ ବି ସେମିତି ସଙ୍କଟାପନ୍ନ ହେଇପାରେ । ତେଣୁ ସେ ମୃତ ବ୍ୟକ୍ତିଙ୍କ ମୁହଁରୁ ମାସ୍କ କାଢି ତାକୁ ସାନିଟାଇଜ କରି ନିଜ ମୁହଁରେ ଲଗେଇଥିଲେ ଏବଂ ଅମ୍ଳଜାନ ପାଇବା ପରେ ସେ ଆରାମ ଅନୁଭବ କଲେ ।
ଆଶା କହିଛନ୍ତି ଯେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବାକୁ ଯାଉଛନ୍ତି । ସେ ଆହୁରି ବି କହିଛନ୍ତି ଯେ ରୋଗ ହେବା ସମୟରେ ତାଙ୍କୁ ଉତ୍ସାହିତ କରାଯାଇଥିଲା, ଯାହା ତାଙ୍କୁ ରୋଗ ସହ ଲଢିବା ପାଇଁ ଶକ୍ତି ଯୋଗାଇ ଥିଲା । କଂଗ୍ରେସ ନେତା ସୟଦ ଜାଫର, ଡାକ୍ତର ଡକ୍ଟର ଘନଶ୍ୟାମ ଦୁବେ, ପ୍ରକଳ୍ପ ଅଧିକାରୀ କହିଥିଲେ ଯେ ଏହା ଶୀଘ୍ର ଭଲ ହୋଇଯିବ । ଫଳରେ ସେ କରୋନା ବିରୋଧ ଯୁଦ୍ଧରେ ଜିତିବାରେ ସଫଳ ହୋଇଛନ୍ତି ।