ଆଶ୍ଚର୍ଯ୍ୟ : ପିଲର ଖମ୍ବ ଉପରକୁ କେମିତି ସହଜରେ ଚଡି ଚାଲୁଛି ଏହି ଛୋଟିଆ ଝିଅ, ଦେଖନ୍ତୁ ଭାଇରାଲ୍ ଭିଡିଓ

young girl climbing the pole will surprise you watch the viral Video

Viral Video : ନିକଟରେ ସୋସିଆଲ ମିଡିଆରେ ଏକ 7 ବର୍ଷର ବାଳିକା ପିଲର ଖମ୍ବ ଉପରକୁ ଚଡିବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଝୀଅଟିର ନାମ ହେଉଛି ଲିଭରପୁଲ୍ ଏକାଡେମୀ ଫୁଟବଲର୍ ଆରତ ହୋସେନି। ଏହି ଭିଡିଓରେ ଆଇଏଏସ୍ ଅଧିକାରୀ ଏମ.ଭି ରାଓ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଭିଡିଓ ଆରମ୍ଭରେ, ଝୀଅଟି ପିଲର ଖମ୍ବ ଉପରେ ଗୋଟିଏ ପାଦ ବି ଚଡିବାରେ ବିଫଳ ହେଉଛି । କିନ୍ତୁ ଚେଷ୍ଟା କରିବାବେଳେ ସେ ପୋଲର ଶେଷରେ ପହଞ୍ଚିଥିଲେ । ଆଇଏଏସ୍ ଅଧିକାରୀ କ୍ୟାପସନରେ ଆରତଙ୍କୁ ତାଙ୍କର ପରାମର୍ଶଦାତା ଭାବରେ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା ଯେ ଏହି ଭିଡିଓଟି ମୂଳତଃ 2018 ରେ ଆରତଙ୍କ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରାଯାଇଥିଲା।

ଦେଖନ୍ତୁ ଭାଇରାଲ୍ ଭିଡିଓ

ଏହି ଭିଡିଓଟି ମେ 27 ରେ ଟ୍ୱିଟରରେ ପୁନଃ ସେୟାର କରାଯାଇଥିଲା। ଏହି ଭିଡିଓକୁ ଏପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ଥର ଦେଖାଯାଇଛି, ଏହି ଭିଡିଓକୁ 2 ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ଏହି ଝୀଅର ସାହସକୁ ପ୍ରଶଂସା କରୁଛନ୍ତି । ଲୋକମାନେ ଝୀଅର ଏଭି ଚେଷ୍ଟା ଦେଖି ବହୁତ ପ୍ରଭାବିତ ହୋଇଥିଲେ ।

ଛୋଟ ଝୀଅର ଭିଡିଓ ପ୍ରଥମ ଥର ନୁହେଁ ସମସ୍ତଙ୍କୁ ଖୁସି କରିଛି, ଏହାପୂର୍ବରୁ, ତାଙ୍କ ବ୍ୟାୟାମ ଏବଂ ଷ୍ଟଣ୍ଟ ଗୁଡିକର ଭିଡିଓ ଭାଇରାଲ ହୋଇ ଲୋକଙ୍କୁ ଚକିତ କରି ଦେଇଥିଲା । ନିକଟରେ ତାଙ୍କ ଫୁଟବଲ ଖେଳୁଥିବା ଏକ କ୍ଲିପ୍ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆରତଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର ହୋଇଥିବା ଏକ କ୍ଲିପ୍‌ରେ ସେ ଅଭ୍ୟାସ ସମୟରେ ଫୁଟବଲକୁ ଚତୁରତାର ସହ ପାସ କରୁଥିବା ମଧ୍ୟ ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *